ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ଫନି’ ପ୍ରଭାବରେ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ପୁରୀ ଜିଲ୍ଲା ବାତ୍ୟା ‘ଫନି’ରେ ଛାରଖାର ହୋଇଯାଇଛି। ଫନି ଯୋଗୁଁ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିକୁ ନେଇ ବୁଧବାର ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛନ୍ତି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ ବାତ୍ୟା ‘ଫନି’ ପ୍ରଭାବରେ ରାଜ୍ୟରେ ୧୧ହଜାର ୯୪୨କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତେବେ କେଉଁ ବିଭାଗର କେତେ ଟଙ୍କାର କ୍ଷତି ଘଟିଛି, ରାଜ୍ୟ ସରକାରଙ୍କ ଏହି ରିପୋର୍ଟରେ ଦର୍ଶାଯାଇଛି।

ବୁଧବାର କେନ୍ଦ୍ରୀୟ ୧୧ ଜଣିଆ ଟିମ୍‌ ବାତ୍ୟା ‘ଫନି’ର କ୍ଷୟକ୍ଷତିକୁ ନେଇ ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରୁଛନ୍ତି। ଗତ ତିନିଦିନ ଧରି କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ତେବେ ଆଜି ସଚିବାଳୟରେ ହେଉଥିବା ଏହି ଆଲୋଚନାରେ ରାଜ୍ୟ ସରକାର କେନ୍ଦ୍ରୀୟ ଟିମ୍‌ ଆଗରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଉପସ୍ଥାପନା କରିବେ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment