ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀର ସ୍ଥିତ ଭାରତୀୟ ବାୟୁସେନାର ଦୁଇଟି ଏୟାରବେସ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତିା ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି।

ଗୁଇନ୍ଦା ବିଭାଗର ସୂଚନା ମିଳିବା ପରେ ଶ୍ରୀନଗର ଓ ଅବନ୍ତିପୁରା ଏୟାରବେସରେ ହାଇଆଲର୍ଟ ଜାରି କରାଯାଇଛିା

ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସୁରକ୍ଷାକର୍ମୀଙ୍କୁ ଆଲର୍ଟ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛିା

ଶ୍ରୀନଗର ଓ ଅବନ୍ତିପୁରା ପାଖାପାଖି ସ୍ଥାନଗୁଡ଼ିକରେ ବି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛିା ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛିା

ଗତ କିଛି ଦିନ ହେବ ସୀମାରେ ଉତ୍ତେଜନା ଲାଗି ରହିଛିା ଫେବ୍ରୁଆରି ୧୪ ପୁଲଓ୍ୱମା ଆକ୍ରମଣ ପରେ ଉତ୍ତେଜନା ଆହୁରି ବଢ଼ିଯାଇଛିା ତା’ପରେ ବଲୋକୋଟରେ ଭାରତ ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ ପରେ ଆତଙ୍କବାଦୀଙ୍କ ପାଦୁର୍ଭାବ ବଢ଼ିଯାଇଛିା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment