ଓଡ଼ିଶାଲାଇଭ ବ୍ୟୁରୋcourtesy - zee news

ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୧୦ ଟଙ୍କିଆ ନୂଆ ନୋଟ ଜାରି କରିବ। ନୂଆ ନୋଟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାଇନ ରହିବ। କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ ରିଜର୍ଭ ବ୍ୟାଙ୍କ ମହାତ୍ମା ଗାନ୍ଧି(ନୂଆ) ସିରିଜରେ ୧୦ଟଙ୍କିଆ ନୂଆ ନୋଟକୁ ଜାରି କରାଯିବ। ଏହାସହିତ କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ କୁହାଯାଇଛି ପୂର୍ବରୁ ଚଳିଆସୁଥିବା ସମସ୍ତ ୧୦ଟଙ୍କିଆ ନୋଟ ବୈଧ ରହିବ।

ଆରବିଆଇ ପକ୍ଷରୁ ନୂଆ ୧୦ଟଙ୍କିଆ ନୋଟର ଡିଜାଇନ୍ ବି ସାମ୍ନାକୁ ଆସିଛି। ପୂର୍ବରୁ ଆରବିଆଇ ମହାତ୍ମା ଗାନ୍ଧି ନ୍ୟୁ ସିରିଜରେ ୨୦୦ ଓ ୫୦୦ ଟଙ୍କାର ନୂଆ ନୋଟ ଜାରି କରିବାନେଇ ଘୋଷଣା କରିଥିଲା। ଏହାସହିତ ୨୦ଟଙ୍କିଆ ନୂଆ ନୋଟ ଜାରିକରିବା କଥା ବି କୁହାଯାଇଥିଲା। ଏହାସହିତ ଆରବିଆଇ ତରଫରୁ କୁହାଯାଇଥିଲା କି ପୂରୁଣା ୨୦ଟଙ୍କିଆ ନୋଟ ବି ପ୍ରଚଳିତ ହେବ।

ନୂଆ ୨୦ ଟଙ୍କିଆ ନୋଟର ଡିଜାଇନ ଅନୁସାରେ ଏହାର ଲମ୍ବ ୨୯ ମିମି ଲମ୍ବ ଓ ୬୩ ମିମି ଚଉଡା ରହିବ। ନୋଟର ପଛପାଖରେ ଏଲୋରା ଗୁମ୍ଫାର ଚିତ୍ର ରହିବ।

Comment