ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସକାଳ ୮ଟାରୁ ଆରମ୍ଭ ହୋଇଛି ମତଗଣନା। ପ୍ରାୟ ପ୍ରତିଘଣ୍ଟାରେ ଅନେକ ଆସନରେ ଆଗପଛ ଲାଗିରହିଛି। ଓଡ଼ିଶାରେ ୧୪୬ ବିଧାନସଭା ଲାଗି ଭୋଟ ଗଣତି ଚାଲିଛି। ତେବେ ଦିନ ୧ଟା ସୁଦ୍ଧା ଯେତିକି ଫଳାଫଳ ଆସୁଛି ତାହା ଅନୁସାରେ ବିଜେଡି ୧୧୫ ଆସନରେ ଆଗୁଆ ରହଛି ଏଥିରୁ ଗୋଟିଏ ଚିତ୍ର ସ୍ପଷ୍ଟକି ରାଜ୍ୟରେ ପଞ୍ଚମଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ।

ସେହିପରି ବିଜେପିକୁ ୨୧ ଆସନ ମୁଳୁଥିବା ବେଳେ କଂଗ୍ରେସକୁ ୮ ଆସନ ଓ ଅନ୍ୟକୁ ଗୋଟିଏ ଆସନ ମିଳୁଛି। ତେବେ ଯଦି ଏହି ଆକଳନ ସତ ହୁଏ ତେବେ ଗତ ୧୫ବର୍ଷ ହେବ ବିରୋଧୀ ଦଳ ଆସନରେ ବସିଆସୁଥିବା କଂଗ୍ରେସ ଏଥର ରାଜ୍ୟରେ ତୃତୀୟ ଦଳ ଭାବେ ରହିବ। ସେପଟେ ବିଜେପି ବିରୋଧୀଦଳ ଆସନରେ ରହିବ।

୧୪୬ ଆସନର ସ୍ପଷ୍ଟ ଚିତ୍ର ଆଜି ରାତି ସୁଦ୍ଧା ସ୍ପଷ୍ଟ ହୋଇଯିବ। ସେହିପରି ପ୍ରତି ଆସନରେ ଫଳାଫଳରେ ମଧ୍ୟ ଆଗପଛ ଚିତ୍ର ସ୍ପଷ୍ଟ ହେଉଛି।

Comment