ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ଆଗୁଆ ଅଛନ୍ତି।

ସକାଳ ୧୧:୧୫ଟା ସୁଦ୍ଧା ନବୀନ ହିଞ୍ଜିଳି ଆସନରେ ୫,୬୯୮ ଭୋଟରେ ଆଗୁଆ ଅଛନ୍ତି। ସେହିପରି ବିଜେପୁର ଆସନରେ ସେ ୫୩୯୭ ଭୋଟରେ ଆଗୁଆ ଅଛନ୍ତି।

ଗତ ୨୦୦୦ ମସିହା ବିଧାନସଭା ନିର୍ବାଚନରୁ ଲଗାତର ଭାବେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ପ୍ରାର୍ଥୀ ହୋଇ ଜିତି ଆସୁଥିବା ନବୀନ ୨୦୧୯ରେ ପ୍ରଥମ ଥର ପାଇଁ ୨ଟି ଆସନରେ ଛିଡ଼ା ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ବିଜେଡ଼ି ଚାପରେ ରହିଥିବାରୁ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ବରଗଡ଼ ଜିଲ୍ଲା ବିଜେପୁର ଆସନରୁ ପ୍ରାର୍ଥୀ କରିଛି।

Comment