ଓଡ଼ିଶାଲାଇଭ ବ୍ୟୁରୋ

ଭୋଟ୍ ଗଣତି ଚାଲିଛି। ପ୍ରତି ରାଉଣ୍ଡ୍ ସହ ଉଠୁଛି ପଡ଼ୁଛି ନେତାଙ୍କ ଭାଗ୍ୟ। ଆସନ୍ତୁ ଏକ ନଜର ପକାଇ ନେବା ଓଡ଼ିଶାର ୨୧ଟି ଲୋକସଭା ଆସନର ତାଜା ସ୍ଥିତି। ମୁଖ୍ୟତଃ ସକାଳ ୧୧ଟା ସୁଦ୍ଧା କେଉଁଠି କିଏ ଆଗୁଆ।  (ସୂତ୍ର: ଭାରତୀୟ ନିର୍ବାଚନ କମିଶନ )

ଭୁବନେଶ୍ୱର: ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କ ବିଜେଡିର ଅରୂପ ପଟ୍ଟନାୟକଙ୍କଠାରୁ ୧୬୯୯ ଭୋଟରେ ଆଗୁଆ।

କଟକ: ବିଜେଡିର ଭର୍ତ୍ତୃହରି ମହତାବ ବିଜେଡ଼ି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କଠାରୁ ୮୧୩ ଭୋଟରେ ଆଗୁଆ।

ବାଲେଶ୍ୱର: ବିଜେଡିର ରବୀନ୍ଦ୍ର କୁମାର ଜେନା ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କଠାରୁ ମାତ୍ର ୨୬୨ ଭୋଟରେ ଆଗୁଆ।

ବରଗଡ଼: ବିଜେପି ପ୍ରାର୍ଥୀ ସୁରେଶ୍ ପୂଜାରୀ ବିଜେଡ଼ିର ପ୍ରସନ୍ନ ଆଚାର୍ଯ୍ୟଙ୍କଠାରୁ ୨୪୦୪ ଭୋଟରେ ଆଗୁଆ।

କଳାହାଣ୍ଡି: ବିଜେପିର ବସନ୍ତ ପଣ୍ଡା କଂଗ୍ରେସର ଭକ୍ତଚରଣ ଦାସଙ୍କଠାରୁ ୧୧୫୯ ଭୋଟରେ ଆଗୁଆ। ବିଜେଡ଼ିର ପୁଷ୍ପେନ୍ଦ୍ର ସିଂ ପଛରେ ରହିଛନ୍ତି।

କେନ୍ଦ୍ରାପଡ଼ା: ବିଜେଡିର ପ୍ରାର୍ଥୀ ଅନୁଭବ ମହାନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କଠାରୁ ୧୩୧୨ ଭୋଟରେ ଆଗୁଆ।

ନବରଙ୍ଗପୁର: ବିଜେଡି ରମେଶ ଚନ୍ଦ୍ର ମାଝୀ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀଙ୍କଠାରୁ ୮୮୬୫ଭୋଟରେ ଆଗୁଆ।

କୋରାପୁଟ: ବିଜେଡିର କୌଶଲ୍ୟା ହିକକା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକାଙ୍କଠାରୁ ୧୩୫୫ଭୋଟରେ ଆଗୁଆ।

ଆସିକା: ବିଜେଡିର ପ୍ରମିଳା ବିଶୋୟୀ ବିଜେପିର ଅନିତା ଶୁଭଦର୍ଶୀନିଙ୍କଠାରୁ ୧୩,୯୩୮ ଭୋଟରେ ଆଗୁଆ। ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଆସିଥିବା ସଂଖ୍ୟା ମଧ୍ୟରେ ପ୍ରମିଳା ସବୁଠୁ ଆଗରେ ଅଛନ୍ତି।

ବ୍ରହ୍ମପୁର: ବିଜେଡିର ଚନ୍ଦ୍ରଶେଖର ସାହୁ ବିଜେପି ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ରଙ୍କଠାରୁ ୪୨୩୦ ଭୋଟରେ ଆଗୁଆ।

କନ୍ଧମାଳ: ବିଜେଡି ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ବିଜେପି ପ୍ରାର୍ଥୀ ଐର ଖାରବେଳ ସ୍ୱାଇଁଙ୍କଠାରୁ ୮୨୮୯ଭୋଟରେ ଆଗୁଆ।

ସମ୍ବଲପୁର: ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଓ ବିଜେଡ଼ି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ମଧ୍ୟରେ କଡ୍ଡା ଟକ୍କର ଚାଲିଛି। ଗଙ୍ଗଦେବ ମାତ୍ର ୬୩ ଭୋଟରେ ଆଗୁଆ।

କେନ୍ଦୁଝର: ବିଜେଡିର ଚନ୍ଦ୍ରାଣି ମୁର୍ମୁ ବିଜେପି ପ୍ରାର୍ଥୀ ଅନନ୍ତ ମୁର୍ମୁଙ୍କଠାରୁ ୨୯୨୫ଭୋଟରେ ଆଗୁଆ।

ସୁନ୍ଦରଗଡ଼: ବିଜେପି ପ୍ରାର୍ଥୀ ଜୁଏଲ୍ ଓରାମ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କଠାରୁ ୩୩୦୩ଭୋଟରେ ଆଗୁଆ। ବିଜେଡିର ସୁନିତା ବିଶ୍ବାଳ ପଛରେ।

ଢେଙ୍କାନାଳ: ବିଜେପିର ରୁଦ୍ର ପାଣି ବିଜେଡି ପ୍ରାର୍ଥୀ ମହେଶ ସାହୁଙ୍କଠାରୁ ୨୨୪୪ଭୋଟରେ ଆଗୁଆ।

ପୁରୀ: ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ବିଜେଡ଼ି ପ୍ରାର୍ଥୀ ପିନାକୀ ମିଶ୍ରଙ୍କଠାରୁ ୧୪୮୬ ଭୋଟରେ ପଛୁଆ।

ବଲାଙ୍ଗିର: ବିଜେପିର ସଙ୍ଗୀତା ସିଂହଦେଓ ବିଜେଡିର କଳିକେଶ ନାରାୟଣ ସିଂହଦେଓଙ୍କଠାରୁ ୨୦୨୬ ଭୋଟରେ ଆଗୁଆ।

ଭଦ୍ରକ: ବିଜେପିର ଅଭିମନ୍ୟୁ ସେଠୀ ଓ ବିଜେଡ଼ିର ମଞ୍ଜୁଲତା ମଣ୍ଡଳଙ୍କ ମଧ୍ୟରେ କଡା ଟକ୍କର। ମାତ୍ର ୧୦୫ ଭୋଟରେ ଅଭିମନ୍ୟୁ ଆଗୁଆ।

ମୟୂରଭଞ୍ଜ: ବିଜେପିର ବିଶେଶ୍ୱର ଟୁଡୁ ବିଜେଡିର ଦେବାଶିଷ ମାଣ୍ଡ୍ରିଙ୍କଠାରୁ ୩୧୬ ଭୋଟରେ ଆଗୁଆ। ଅର୍ଥାତ୍ କଡା ଟକ୍କର।

ଜଗତସିଂହପୁର: ବିଜେଡି ରାଜଶ୍ରୀ ମଲ୍ଲିକ ବିଜେପିର ବିଭୁ ତରାଇଙ୍କଠାରୁ ୧୬୭୯ ଭୋଟରେ ଆଗୁଆ।

ଯାଜପୁର: ବିଜେଡିର ଶର୍ମିଷ୍ଠା ସେଠୀ ବିଜେପିର  ଅମୀୟକାନ୍ତ ମଲିକଙ୍କଠାରୁ ୧୨,୭୧୨ଭୋଟରେ ଆଗୁଆ।

Comment