ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଜୁନ୍ ୧୭ ତାରିଖରୁ ସଂସଦର ବଜେଟ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି। ଏହାସହ ଜୁନ୍ ୧୯ରେ ବାଚସ୍ପତି ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

୧୭ ଜୁନରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶନ ଜୁଲାଇ ୨୬ ତାରିଖ ଯାଏଁ ଚାଲିବ।

ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ ଉଦବୋଧନ ଦେବେ। ଜୁଲାଇ ୫ରେ ନୂଆ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୯ ପାଇଁ ବଜେଟ ଉପସ୍ଥାପନ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାର ଆଜିଠୁ ଆରମ୍ଭ ହୋଇଛି। ମୋଦିଙ୍କୁ ମିଶାଇ ୫୮ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।

Comment