ଓଡ଼ିଶାଲାଇଭ  ବ୍ୟୁରୋ

ପ୍ରକାଶ ପାଇଛି ପ୍ଲସ ଟୁ ବିଜ୍ଞାନ ରେଜଲ୍ଟ। ବୁକଲେଟ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ପ୍ରକାଶ ହୋଇଛି।

ଏଥର ବିଜ୍ଞାନରେ ପାସହାର ହେଉଛି ୭୨.୩୩ ପ୍ରତିଶତ। ଏଥର ୯୯ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ପାସ କରିଛନ୍ତି ୭୦ ହଜାର ୭୨୬ ଜଣ ଛାତ୍ରଛାତ୍ରୀ।

ଏଥର ୯ଟି କଲେଜରେ ଫଳ ଶୂନ ହୋଇଛି। ସେହିପରି ବାଲେଶ୍ଵରରେ ସର୍ବାଧିକ ୮୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୨୦ହଜାର ୮୬୦ ଜଣ ଛାତ୍ରଛାତ୍ରୀ। ଦ୍ଵିତୀୟ ଶ୍ରେଣୀରେ ୨୩ହଜାର ୯୦୪ଜଣ ଛାତ୍ରଛାତ୍ରୀ। ସେହିପରି ୨୫ହଜାର ୩୬୦ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।

ଛାତ୍ରଛାତ୍ରୀ ମାନେ ସିଏଚ୍‌ଏସ୍‌ଇ ୱେବସାଇଟ୍ www.chseodisha.nic.in ଏବଂ http:/orissharesults.nic.in ଜରିଆରେ ନିଜ ରେଜଲ୍ଟ ଦେଖିପାରିବେ।

Comment