ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷୀୟାନ ଅଭିନେତା, ଲେଖକ, ନାଟକାର ତଥା ଫିଲ୍ମ ନିର୍ଦ୍ଦେଶକ ଗିରିଶ୍ କର୍ଣ୍ଣଡଙ୍କର ପରଲୋକ ଘଟିଛି। ୮୧ ବର୍ଷ ବୟସରେ ବେଙ୍ଗାଳୁରୁ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନରୁ ଅସୁସ୍ଥ ଥିବା ଗିରିଶ ଗତ କିଛି ମାସ ହେବ ମେଡିକାଲରେ ଚିକିତ୍ସିତ ହେଉଥିଲେ।

ଗିରିଶ୍ କର୍ଣ୍ଣଡଙ୍କ ଜନ୍ମ ୧୯ ମେ’ ୧୯୩୮ରେ ମହାରାଷ୍ଟ୍ରରେ ହୋଇଥିଲା। କେବଳ ବଲିଉଡ ନୁହେଁ ସାଉଥର ଅନେକ ଫିଲ୍ମରେ କାମ କରିଛନ୍ତି ଗିରିଶ୍। ୧୯୯୮ରେ ସାହିତ୍ୟ ଜ୍ଞାନପୀଠ ପୁରସ୍କାର ମିଳିଥିଲା। ତାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଫିଲ୍ମ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଅଭିନେତାଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କର୍ଣ୍ଣଡଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି।

ଟୁଇଟ କରି ସେ ଲେଖିଛନ୍ତି ଯେ ଗିରିଶ କର୍ଣ୍ଣଡଙ୍କର ବହୁମୁଖୀ ଅଭିନୟ ପାଇଁ ମନେ ରହିବେ। ତାଙ୍କ ପରଲୋକରେ ସେ ବହୁତ ଦୁଃଖୀ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ଟୁଇଟରରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ’’ଭାରତୀୟ ରଙ୍ଗଞ୍ଚର ଜ୍ଞାନ, ଲେଖକ ଓ ଅଭିନେତା ଗିରିଶ୍ କର୍ଣ୍ଣଡଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୁଁ ସମବେଦନା ଜଣାଉଛି।

କନ୍ନଡ  ଓ ହିନ୍ଦୀ ଫିଲ୍ମ ଜଗତରେ ଜଣେ ସକ୍ରିୟ ଅଭିନେତା ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ସଲମାନ ଖାନଙ୍କ ଫିଲ୍ମ ‘ଏକ ଥା ଟାଇଗର’ ଓ ‘ଟାଇଗର ଜିନ୍ଦା ହୈ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ଫିଲ୍ମରେ ନିର୍ଦ୍ଦେଶକ ଭାବେ କାମ କରିଛନ୍ତିା

ପଦ୍ମଶ୍ରୀ, ପଦ୍ମ ଭୂଷଣ, ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଗିରିଶ। ୧୯୯୮ରେ ତାଙ୍କୁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ମହାରାଷ୍ଟ୍ରରେ ୧୯’ ମେ, ୧୯୩୮ରେ ଜନ୍ମ ଗ୍ରହଣ କରିଥିଲେ ଗିରିଶ।

Comment