ଓଡ଼ିଶାଲାଇଭ ବ୍ୟୁରୋ

ପଞ୍ଚମ ଥର ପାଇଁ ସରକାର ଗଢ଼ିବା ପରେ ଆଜି ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋଦିଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଛନ୍ତି ନବୀନ। ଏହି ସକ୍ଷାତକାରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।

ବାତ୍ୟା ଫନି ପାଇଁ କ୍ଷତିପୂରଣ, ମହାନଦୀ ବିବାଦ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ମୋଦିଙ୍କ ସହ ଆଲୋଚନା କରିପାରନ୍ତି।

ଏହାଛଡ଼ା ଲୋକସଭାରେ ହେବାକୁ ଥିବା ଉପବାଚସ୍ପତି ନିର୍ବାଚନ ସଂପର୍କରେ ମଧ୍ୟ ଆଲୋଚନା ହୋଇପାରେ। କାରଣ ଉପବାଚସ୍ପତି ପାଇଁ ବିଜେଡ଼ିର ଜଣେ ସାଂସଦକୁ ସୁଯୋଗ ମିଳିବ ବୋଲି ଶୁଣିବାକୁ ମିଳିଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବେ ନବୀନ।

Comment