ଓଡ଼ିଶାଲାଇଭ୍ ବ୍ୟୁରୋ

ସେ ଶୀତ ୠତୁ ହେଉ ବା ବର୍ଷା ୠତୁ ଅଧିକାଂଶ ସମୟରେ ଲୋକମାନେ ଅଦା ଚା’ ପିଇବାକୁ ପସନ୍ଦ କରନ୍ତି। ତେବେ ସବୁ ସମୟରେ ଏହାକୁ ପିଇବା ଅନୁଚିତ୍। ଚା’ରେ ଆବଶ୍ୟକ ପରିମାଣର ଅଦା ପକାଇ ପିଇଲେ ଏହା ଶରୀର ପାଇଁ ହିତକାରୀ ହୋଇଥାଏ। ଖାଦ୍ୟ ହଜମ ହୁଏ, ପାଚନ ଶକ୍ତି ବଢ଼ିଥାଏ। କିନ୍ତୁ ଅଦାର ପରିମାଣ ଅଧିକ ହୋଇଗଲେ ପେଟରେ ଅମ୍ଳ ସୃଷ୍ଟି ହୋଇଥାଏ। ଯାହାଦ୍ୱାରାକି ଏସିଡିଟିର ଆଶଙ୍କା ବୃଦ୍ଧି ହୋଇଥାଏ।

ରକ୍ତଚାପ ସମସ୍ୟା ଥିବା ଲୋକମାନେ ମଧ୍ୟ ଚା’ରେ ଅଦାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପକାଇ ପିଇବା ଉଚିତ୍। କାରଣ ଅଦା ରକ୍ତକୁ ପତଳା କରିଦେଇଥାଏ। ଏହାଫଳରେ ନିମ୍ନ ରକ୍ତଚାପ ରୋଗୀଙ୍କର ରକ୍ତଚାପ ଆହୁରି କମିଯାଏ।

ଅଦା ମଧ୍ୟ ଶରୀରରେ ଶର୍କରାର ମାତ୍ରାକୁ କମାଇ ଦେଇଥାଏ। ତେଣୁ ଯେଉଁମାନଙ୍କର ସୁଗାର କମ୍ ରହୁଥିବ ସେମାନେ ଅଧିକ ଅଦା ଚା’ ନ ପିଇବା ଉଚିତ୍। ଏହାଦ୍ୱାରା ହାଇପୋଗ୍ଲାଇସେମିଆ ଭଳି ସ୍ଥିତି ହୋଇଥାଏ।

ନିଦ୍ରାହୀନତା ସମସ୍ୟା ଭୋଗୁଥିବା ଲୋକମାନେ ଅଧିକ ମାତ୍ରାରେ ଅଦା ଚା’ ପିଇବା ଦେହ ପାଇଁ ହାନିକାରକ ହୋଇଥାଏ। ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥାଏ।

ଗର୍ଭବତୀ ମହିଳାମାନେ ଅଧ କପରୁ ଅଧିକ ଚା’ ପିଇବା ଅନୁଚିତ୍। ଏହାଦ୍ୱାରା ସେମାନଙ୍କର ପେଟରେ ଯନ୍ତ୍ରଣା ହୋଇଥାଏ।

Comment