ଓଡ଼ିଶାଲାଇଭ ବ୍ୟୁରୋ

ପଶ୍ଚିମବଙ୍ଗରେ ଜାରି ରହିଥିବା ଡାକ୍ତର ଆନ୍ଦୋଳନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ତଲବ ସହ ଆଡଭାଇଜରି ଜାରି କରିଛନ୍ତି। ଏହି ଆଡଭାଇଜରିରେ କେନ୍ଦ୍ର ସରକାର କହିଛନ୍ତି ଯେ ପଶ୍ଚିମବଙ୍ଗର ଡାକ୍ତର ଆନ୍ଦୋଳନର ପ୍ରଭାବ ସାରା ଦେଶରେ ପଡିଛି। ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆଡଭାଇଜରିରେ ଆହୁରି ଉଲ୍ଲେଖ କରାଯାଇଛି, ‘‘ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଶେଷଜ୍ଞ, ମେଡିକାଲ ସଙ୍ଗଠନର ପ୍ରତିନିଧିମାନେ ଗୃହ ମନ୍ତ୍ରାଳୟ ସହ ଆଲୋଚନା କରିଥିଲେ। ସେମାନେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ। ଏଣୁ ଡାକ୍ତରଙ୍କ ଆନ୍ଦୋଳନ ସମ୍ପର୍କରେ ଏକ ବସ୍ତୃତ ରିପୋର୍ଟ ଦେବାକୁ ନିବେଦନ କରାଯାଇଛି।’’

ପଶ୍ଚିମଙ୍ଗରେ ଡାକ୍ତରଙ୍କ ଉପରେ ଆକ୍ରମଣକୁ ନେଇ ଜୁନିଅର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତରଙ୍କ ଆନ୍ଦୋଳନକୁ ୫ ଦିନ ପୂରିଲାଣି। ଆନ୍ଦୋଳନ ଥମିବା ବଦଳରେ ଜୋର୍ ହେଉଛି।

Comment