ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀରର ପୁଲୱାମାଠାରେ ପୁଣି ଘଟିଛି ବିସ୍ଫୋରଣ। ପୁଲୱାମା ଜିଲ୍ଲାର ଅରିହଲ ଗାଁ ନିକଟରେ ସେନାର ଗାଡ଼ି ଉପରେ ଆତଙ୍କବାଦୀମାନେ ଆଇଇଡି ବ୍ଲାଷ୍ଟ କରିଛନ୍ତି। ଏହି ବ୍ଲାଷ୍ଟରେ ଗାଡ଼ିଟି ଧ୍ୱଂସ ପାଇଥିବା ବେଳେ ୯ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

ତେବେ ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିଲେ ସେନାର ପେଟ୍ରୋଲିଂ ୟୁନିଟ୍‌। ତେବେ ଏହି ବିସ୍ଫୋରଣରେ ସେନାର କାସ୍ପର, ବୁଲେଟ୍‌ ଏବଂ ମାଇନ୍‌ ପ୍ରୁଫ୍‌ ଗାଡ଼ି ଧ୍ୱଂସ ପାଇଛି। ଆହତ ଯବାନମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଆଛାବାଲ ଅଞ୍ଚଳରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମେଜର ସହିଦ ହୋଇଥିଲେ। ଆଉ ଜଣେ ମେଜରଙ୍କ ସମେତ ଦୁଇ ଜଣ ଯବାନ ଆହତ ହୋଇଥିଲେ।

Comment