ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ ଅଫିସ୍‌ର ସମୟ ବଦଳିଛି। ଏଣିକି ଅଫିସ୍‌ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା୩୦ ଯାଏଁ ଖୋଲା ରହିବ। କର୍ମଚାରୀମାନେ ଠିକ୍‌ ସମୟରେ ଅଫିସ୍‌ ଆସିବେ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଦିନ ସାଢ଼େ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ରହିବ। ଚତୁର୍ଥ ଶନିବାର ଅଫିସ୍‌ ଛୁଟି ରହିବ। କିନ୍ତୁ ପୂବ୍ରାହ୍ଣରେ କର୍ମଚାରୀମାନଙ୍କୁ ଅଫିସ୍‌ ଆସିବାକୁ ପଡ଼ିବ।

ପ୍ରଶାସନିକ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାରେ ଉନ୍ନତି ଏବଂ ପ୍ରଶାସନକୁ ଲୋକକୈନ୍ଦ୍ରିକ କରିବା ପାଇଁ  ଏହି ପଦକ୍ଷେପ ନେଇଛନ୍ତି ସରକାର।

Comment