ଓଡ଼ିଶାଲାଇଭ୍ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପୁଣି ଏକ ଝଟକା ଲାଗିଛି। ଆରବିଆଇ ଡେପୁଟି ଗଭର୍ଣ୍ଣର ପଦବୀରୁ ଇସ୍ତଫା ଦେଇଛନ୍ତି ବିରଳ ଭି. ଆଚାର୍ଯ୍ୟ। ୭ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ହୋଇଛି। ତାଙ୍କ ପୂର୍ବରୁ ଡିସେମ୍ବର ୨୦୧୮ରେ ଉର୍ଜିତ୍ ପଟେଲ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।

ବିରଳ ଭି. ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପାଇଁ ୬ ମାସ ଥିଲା। ସେ ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।

୨୦୧୭ ଜାନୁଆରି ୨୩ ରେ ବିରଳ ଆଚାର୍ଯ୍ୟ ଡେପୁଟି ଗଭର୍ଣ୍ଣର ଭାବେ ଯୋଗ ଦେଇଥିଲେ। ୩ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା। ପାଖାପାଖି ୩୦ ମାସ ଧରି କେନ୍ଦ୍ରୀୟ ବ୍ୟାଙ୍କ ତଥା ଆରବିଆଇରେ ସେ କାର୍ଯ୍ୟ କରିଛନ୍ତି। ଚଳିତବର୍ଷ ଡିସେମ୍ବର ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା।

Comment