ଓଡ଼ିଶାଲାଇଭ ବ୍ୟୁରୋ

ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବଶେନ ପ୍ରଥମ ଦିନ ଅର୍ଥାତ ଗତକାଲି ଭଳି ଆଜି ଗୃହ ସରଗରମ ରହିବାର ସମ୍ଭାବନା ରହିଛି। ବିଜେଡି ବିଜେପି ସଂପର୍କକୁ ନେଇ ଆଜି ମଧ୍ୟ କଂଗ୍ରେସ ଗୃହରେ ହୋହଲ୍ଲା କରିବାର ସମ୍ଭାବନା ରହିଛି।

ତେବେ ପ୍ରଶ୍ନକାଳ ସ୍ୱାଭାବିକ ରହିବା ଆଶା କରାଯାଉଛି। କାରଣ କୃଷି ଓ କୃଷକ ସମସ୍ୟାକୁ ନେଇ ପ୍ରଶ୍ନକାଳ ଆରମ୍ଭରୁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନ ରହିଛି।  ସେହିପରି ସୁରେଶ କୁମାର ରାଉତରାୟଙ୍କ ରାସନ କାର୍ଡ ସଂପର୍କିତ ପ୍ରଶ୍ନ ରହିଛି। ଯେହେତୁ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ତେଣୁ ପ୍ରଶ୍ନକାଳ ସ୍ୱାଭାବିକ ରହିପାରେ।

ମୁଖ୍ୟ ବିରୋଧୀ ଦଳ ବିଜେପି ଗୃହରେ ଆୟୁଷ୍ମାନ ଭାରତ ଯୋଜନା, ଡାକ୍ତର ସମସ୍ୟା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରେ।

ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରେ ସୀମିତ ରହିଥିଲା। ତା’ପରେ ଧନ୍ୟବାଦ ପ୍ରସ୍ତାବ ବେଳେ କଂଗେଅସ ବିଜେଡି ବିଜେପତ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା। ଆଜି ସେ ସଂପର୍କରେ କଂଗ୍ରେସର ଆଭିମୁଖ୍ୟ କ’ଣ ରହିବ ତାହା ଦେଖିବାକୁ ବାକି ରହିଛି।

Comment