ଓଡ଼ିଶାଲାଇଭ୍ ବ୍ୟୁରୋ

ହାଓ୍ୱଡା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା ପରେ ଆଜି ଏହାର ଯାଞ୍ଚ କରିବାକୁ ଆସୁଛନ୍ତି ନିରାପତ୍ତା କମିଶନର ଟିମ୍। ସେ ଘଟଣାସ୍ତଳର ପରିଦର୍ଶନ କରିବା ସହ ଘଟଣାର ତଦନ୍ତ କରିବେ।

ମଙ୍ଗଳବାର ରାତିରେ ବିଶାଖାପାଟଣାରୁ ଆସି ତଦନ୍ତ କରିଥିଲେ ଏଡିଆରଏମ। ସେ ଦୁର୍ଘଟଣାର ସ୍ଥାନ ପରିଦର୍ଶନ କରିଥିଲେ।

ମଙ୍ଗଳବାର ଆପରାହ୍ଣ୪.୩୦ରେ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌(୧୮୦୦୫) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ରେଳ ଦୁର୍ଘଟଣା ପରେ ଦୁଇ ଜଣ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ସିଙ୍ଗାପୁର ଷ୍ଟେସନର ଜଣେ ଏବଂ କେଉଟପଡ଼ା ଷ୍ଟେସନର ଜଣେ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି।

ଅନ୍ୟପକ୍ଷରେ ୩ ଜଣ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ରେଲୱେ କର୍ମଚାରୀ ହେଲେ ମେଣ୍ଟେନାନ୍ସ ଇଞ୍ଜିନ ଟେକ୍ନିସିଆନ ସୁରେଶ, ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟର ସାଗର ଏବଂ ଇଲେକ୍ଟ୍ରିକାଲ ଟେକ୍ନିସିଆନ ଗୌରୀ ନାୟଡ଼ୁ।

କୋରାପୁଟ-ରାୟଗଡ଼ା ରୁଟରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ଟ୍ରାକ ମରାମତି ହେବା ପରେ ହୀରାଖଣ୍ଡ-ଜଗଦଲପୁର ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି।

Comment