ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବି ସରଗରମ ରହିବ ଗୃହ

ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବଶେନ ପ୍ରଥମ ଦିନ ଅର୍ଥାତ ଗତକାଲି ଭଳି ଆଜି ଗୃହ ସରଗରମ ରହିବାର ସମ୍ଭାବନା ରହିଛି। ବିଜେଡି ବିଜେପି ସଂପର୍କକୁ ନେଇ ଆଜି ମଧ୍ୟ କଂଗ୍ରେସ ଗୃହରେ ହୋହଲ୍ଲା କରିବାର ସମ୍ଭାବନା ରହିଛି।

ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ତନାଘନା ଲାଗି କୋଲକତାରୁ ଆସିବେ ନିରାପତ୍ତା କମିଶନର

ହାଓ୍ୱଡା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା ପରେ ଆଜି ଏହାର ଯାଞ୍ଚ କରିବାକୁ ଆସୁଛନ୍ତି ନିରାପତ୍ତା କମିଶନର ଟିମ୍। ସେ ଘଟଣାସ୍ତଳର ପରିଦର୍ଶନ କରିବା ସହ ଘଟଣାର ତଦନ୍ତ କରିବେ।

ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା

ନୂଆ ଆଡଭୋକେଟ ଜେନେରାଲ ଭାବେ ବୁଧବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ଅଶୋକ ପରିଜା। ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Comment