ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଘୋଷଯାତ୍ରାରେ ରେଳବାଇ ସମ୍ପର୍କିତ ସୂଚନା ଲାଗି ସ୍ୱତନ୍ତ୍ର ମୋବାଇଲ ଆପ୍

ରଥଯାତ୍ରା ସମୟରେ ରେଳଯାତ୍ରା ସମ୍ପର୍କିତ ସମସ୍ତ ବିଷୟରେ ଜାଣିବା ପାଇଁ ରେଳବାଇ ପକ୍ଷରୁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳବାଇ ECoR Yatra ନାମରେ ଏକ ମୋବାଇଲ୍ ଆପର ବ୍ୟବସ୍ଥା କରିଛି। ଏହି ଆପ୍ ଜରିଆରେ ରେଳଯାତ୍ରା ବିଷୟରେ ଯାତ୍ରୀମାନେ ସୂଚନା ପାଇପାରିବେ। ନିଜ ମୋବାଇଲର ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପଟିକୁ ଡାଉନଲୋଡ୍ କରି ଯାତ୍ରୀମାନେ ସମସ୍ତ ସୁବିଧା ବିଷୟରେ ଜାଣିପାରିବେ।

ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଭାରତ

ଆଇସିସି ବିଶ୍ଵକପ ୪୦ତମ ମ୍ୟାଚରେ ଆଜି ଦୁଇ ଏସୀୟ ଦଳ ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ। ଦୁଇଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ବାଂଲାଦେଶ ଭଲ ପ୍ରଦର୍ଶନ କରି ସେମିଫାଇନାଲ ଦୌଡରେ ଆଶା ଜୀବିତ ରଖିଛି। ସେହିପରି ଭାରତକୁ ସେମିଫାଇନାଲ ଟିକେଟ ପକ୍କା କରିବାକୁ ଗୋଟିଏ ବିଜୟ ଆବଶ୍ୟକ ହେଉଥିଲା ବେଳେ ବାଂଲାଦେଶକୁ ସେମିଫାଇନାଲ ପାଇଁ ଦୁଇଟି ବଡ ବିଜୟ ଆବଶ୍ୟକ।

ବଦଳିଲା ରେଭେନ୍ସା ବିଶ୍ଵବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ

ରାଜ୍ୟରେ ୨୦୧୯-୨୦ ଶିକ୍ଷା ବର୍ଷ ନିମନ୍ତେ ସ୍ନାତକୋତ୍ତର(ପିଜି) ପ୍ରବେଶିକା ପରୀକ୍ଷା ତାରିଖକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମାତ୍ର ବର୍ତ୍ତମାନ ରେଭେନ୍ସା ବିଶ୍ଵବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ପରିବର୍ତ୍ତନ କରି ଛାତ୍ରଛାତ୍ରୀଙ୍କୁ ଆଶ୍ଵସ୍ଥି ଦେଇଛି।

ସରକାରୀ ଅଧିକାରୀଙ୍କୁ ବିଧାୟକଙ୍କ ବ୍ୟାଟ୍ ମାଡ଼: କଠୋର ହେଲେ ମୋଦି

ମଧ୍ୟପ୍ରଦେଶରେ ଜଣେ ମହାନଗର ନିଗମ ଅଧିକାରୀଙ୍କୁ ବିଜେପି ବିଧାୟକ ବ୍ୟାଟରେ ମାରିବା ଘଟଣାରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୃଙ୍ଖଳା ଭାଙ୍ଗିଥିବା ବିଧାୟକଙ୍କୁ ମୋଦି ନାଲି ଆଖି ଦେଖାଇବା ସହିତ  କଠୋର ହୋଇଛନ୍ତି।

ଆଜି ପ୍ରକାଶ ପାଇବ +୨ ପ୍ରଥମ ମେରିଟ୍ ଲିଷ୍ଟ

ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆଜି ଅପରାହ୍ଣରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୩ ତାରିଖରୁ ୬ ତାରିଖ ମଧ୍ୟରେ କଲେଜରେ ନାମ ଲେଖାଇ ପାରିବେ। ରାଜ୍ୟରେ ୨୦୪୧ଟି ଜୁନିଅର କଲେଜରେ ଥିବା ମୋଟ ୪ଲକ୍ଷ ୫୧ହଜାର ୮୯୪ ସିଟ୍ ପାଇଁ ଆବେଦନକାରୀମାନେ ନାମ ଲେଖାଇପାରିବେ।

Comment