ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌ର ୪୧ ତମ ମ୍ୟାଚ୍‌ରେ ବୁଧବାର ଦୁଇ ଶକ୍ତଶାଳୀ ଦଳ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ଚେଷ୍ଟର-ଲି-ଷ୍ଟ୍ରିଟ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଛି। ବେୟାରଷ୍ଟୋଙ୍କ ଧୂଆଁଧାର ଶତକ ବଳରେ ଟିମ୍‌ ଇଂଲଣ୍ଡ ୩୦୫ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ନ୍ୟୁଜିଲାଣ୍ଡ ଆଗରେ ୩୦୬ ରନ୍‌ର ଟାର୍ଗେଟ୍‌।

ଟସ୍‌ ଜିତି ଇଂଲଣ୍ଡ ଟିମ୍‌ ଭଲ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଜସନ ରୟ ଓ ଜନି ବେୟାରଷ୍ଟୋଙ୍କ ଧୂଆଁଧାର ପାର୍ଟନରସିପରେ ଟିମ୍‌ ଇଂଲଣ୍ଡ ଜବରଦସ୍ତ ଓପନି କରିଥିଲା ତେବେ ଜସନ ରୟଙ୍କ ୬୦ ଓ ଜନି ବେୟାରଷ୍ଟୋ ୧୦୬ ମାରି ଆଉଟ୍‌ ହେବା ପରେ ଦଳର ବିପର୍ଯ୍ୟୟ ଘଟିଥିଲା। ଏହାପରେ ଅଧିନାୟକ ଇୟନ ମୋର୍ଗାନ ୪୨, ଜ଼ୟ ରୁଟ୍‌ଙ୍କ ୨୪ ରନ୍‌ ବଳରେ ଟିମ୍‌ ଇଂଲଣ୍ଡ ୮ ୱିକେଟ୍‌ ହରାଇ ୩୦୫ ରନ୍‌ ସଂଗ୍ରହ କରିଛି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ୍‌ ହେନରୀ ଏବଂ ଜେମ୍‌ସ ନିସମ୍‌ ୨ଟି ଲେଖାଏଁ ୱିକେଟ୍‌ଇଂଲଣ୍ଡକୁ ରୋକିବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ନ୍ୟୁଜିଲାଣ୍ଡ ଆଗରେ ୩୦୬ ରନ୍‌ର ବିଜୟଲକ୍ଷ୍ୟ ରହିଛି।

Comment