ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସଂସଦରେ ଉପସ୍ଥାପନ ହୋଇଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ ଉପସ୍ଥାପନ ସମୟରେ ନିର୍ମଳା ସୀତାରମଣ କହିଛନ୍ତି ଯେ, “ଖୁବଶୀଘ୍ର ଦେଶରେ ନୂଆ ୧ ଟଙ୍କିଆ, ୨ଟଙ୍କିଆ, ୫ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ମୂଦ୍ରା ପ୍ରଚଳନ ହେବ।”

ଭରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ଏହି ନୂତନ କଏନ୍‌ ଜାରି କରରାଯିବ। ଏହି କଏନ୍‌ ଗୁଡ଼ିକ ଏଭଳି ଢ଼ାଞ୍ଚାରେ ତିଆରି କରାଯିବ. ଯାହାକୁ ଦୃଷ୍ଟିହୀନ ଲୋକମାନେ ଅତିସହଜରେ ଚିହ୍ନିପାରବା ସହିତ ବ୍ୟବହାର କରିପାରିବେ।

ଚଳିତବର୍ଷ ମାର୍ଚ୍ଚ ମାସରେ ନୁଆ କଏନ ପ୍ରଚଳନ ନେଇ ପ୍ରଥମେ ଘୋଷଣା କରାଯାଇଥିଲା। ଏନେଇ କେନ୍ଦ୍ର ସରକାର ପକ୍ଷରୁ ୧,୨,୫,୧୦ ଏବଂ ୨୦ ଟଙ୍କିଆ କଏନ୍‌ର ନୂଆ ଡିଜାଇନ୍‌ ମଧ୍ୟ ପ୍ରସ୍ତୁତ ହୋଇଥିଲା। ବର୍ତ୍ତମାନ ଖୁବ୍‌ଶୀଘ୍ର ଏହି ନୂଆ କଏନ୍‌ଗୁଡ଼ିକ ପ୍ରଚଳନ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନା ବେଳେ କହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦିନ ୧୧ଟାରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିଥିଲେ। ଇନ୍ଦିରା ଗାନ୍ଧିଙ୍କ ପରେ ଦେଶରେ ଦ୍ୱିତୀୟ ମହିଳା ଅର୍ଥମନ୍ତ୍ରୀ ଭାବେ  ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନ କରିଛନ୍ତି।

Comment