ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ କେନ୍ଦ୍ରର ପ୍ୟାକେଜ – ଗରିବ ଓ ଅସହାୟଙ୍କ ପାଇଁ ଚିନ୍ତା।

କରୋନା ମୁକାବିଲା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଘୋଷଣା କରିଛନ୍ତି ଆର୍ଥିକ ପ୍ୟାକେଜ। ଏଥିରେ ଚାଷୀ, ନିର୍ମାଣ ଶ୍ରମିକ, ମହିଳା, ସ୍ଵୟଂସହାୟକ ଗୋଷ୍ଠୀ, ଇପିଏଫ୍‌ଧାରୀ ଏବଂ ଗରିବ ତଥା ସମାଜର ଅସହାୟ ବର୍ଗ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇପାରିବ।

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଆସନ୍ତୁ ନଜର ପକାଇବା ନିର୍ମଳାଙ୍କ ପେଡ଼ିରେ କାହା ପାଇଁ କ’ଣ ରହିଛି:

୧. ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ୟାକେଜ୍

  • ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୫  ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା।
  • ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀଙ୍କଠାରୁ ଆଶାକର୍ମୀଙ୍କ ଯାଏଁ ପାଇବେ ଏହି ବୀମା।
  • କରୋନା ଲଢ଼େଇରେ ଏହି ସ୍ୱାସ୍ଥ୍ୟଯୋଦ୍ଧାଙ୍କୁ ବାହାବା ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

୨. ଗରିବଙ୍କ ପାଇଁ ଚିନ୍ତା

  • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା – ୮୦ କୋଟି ଗରିବଙ୍କ ପାଇଁ ପ୍ୟାକେଜ୍।
  • ପ୍ରତି ବ୍ୟକ୍ତି ପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବା ଗହମ ଦିଆଯିବ।
  • ପରିବାର ପିଛା ୧ କେଜି ଡାଲି ମଧ୍ୟ ମାଗଣାରେ ମିଳିବ।
  • ଆଗାମୀ ତିନି ମାସ ପାଇଁ ୨ଟି ପର୍ଯ୍ୟାୟରେ ହିତାଧିକାରୀ ଏହା ପାଇପାରିବେ।
  • ଏଥିପାଇଁ ସରକାର ରଖିଛନ୍ତି ୪୫ ହଜାର କୋଟି ଟଙ୍କା।

୩. ଚାଷୀଙ୍କ ପାଇଁ ପ୍ୟାକେଜ୍

  • ୮.୬୯ କୋଟି ଚାଷୀ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଦିଆଯିବ।
  • ପିଏମ୍ କିଷାନ ଯୋଜନା ଅଧୀନରେ ଏହା ଦିଆଯିବ।
  • ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ଟ୍ରାନ୍ସଫର କରାଯିବ।

୪. ବୟସ୍କ ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ପ୍ୟାକେଜ୍

  • ୬୦ ବର୍ଷରୁ ଅଧିକ ବୟସ୍କ ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଅତିରିକ୍ତ୧ ହଜାର ଟଙ୍କା ମିଳିବ।
  • ୨ଟି କିସ୍ତିରେ ଆଗାମୀ ୩ ମାସ ମଧ୍ୟରେ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଖାତାଙ୍କୁ ପଠାଯିବ।
  • ୩ କୋଟି ବରିଷ୍ଠ ନାଗରିକ ପାଇବେ ଏହି ସୁବିଧା।

୫. ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

  • ଦୈନିକ ୧୮୨ରୁ ୨୦୨ ଟଙ୍କାକୁ ମଜୁରୀ ବୃଦ୍ଧି
  • ୫ କୋଟି ପରିବାର ପାଇବେ ଏହି ଫାଇଦା।
  • ଶ୍ରମିକଙ୍କ ପିଛା ମାସିକ ୨ ହଜାର ଟଙ୍କା ଅଧିକ ମିଳିବ।

୬. ଉଜ୍ଜଳା ଯୋଜନାରେ ମାଗଣାରେ ଗ୍ୟାସ ସିଲିଣ୍ଡର

  • ଉଜ୍ଜଳା ଯୋଜନା ଅଧୀନରେ ମହିଳାଙ୍କୁ ୩ମାସ ପର୍ଯ୍ୟନ୍ତ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ।
  • ୮.୩୪ କୋଟିରୁ ଅଧିକ ବିପିଏଲ ହିତାଧିକାରୀ ପାଇବେ ଫାଇଦା।
  • କରୋନା ସମୟରେ ଗରିବଙ୍କ ରୋଷେଇ ଘର ଉପରେ ନଜର ଦେଲେ ସରକାର।

୭. ମହିଳାଙ୍କ ପାଇଁ ଆର୍ଥିକ ପ୍ୟାକେଜ୍

  • ପ୍ରଧାନମନ୍ତ୍ରୀ ଜନଧନ ବ୍ୟାଙ୍କ ଖାତାଧାରୀ ମହିଳା ପାଇବେ ମାସିକ ୫୦୦ ଟଙ୍କା।
  • ୩ ମାସ ପର୍ଯ୍ୟନ୍ତ ଏହି ଟଙ୍କା ମିଳିବ
  • ୨୦.୫ କୋଟିରୁ ଅଧିକ ମହିଳା ପାଇବେ ଏହି ଫାଇଦା।

୮. ଇପିଏଫ୍‌ ବାବଦ ଦେୟ ଏବେ ସରକାର ଦେବେ

  • କର୍ମଚାରୀଙ୍କ ଇପିଏଫ୍‌ ବାବଦ ଦେୟ କେନ୍ଦ୍ର ସରକାର ପ୍ରଦାନ କରିବେ।
  • ଉଭୟ କର୍ମଚାରୀ ଓ କମ୍ପାନି ବାବଦ ଦେୟ(ମୋଟ ୨୪ ପ୍ରତିଶତ) ଏଥିରେ ଅନ୍ତର୍ଭୁକ୍ତ।
  • ୩ ମାସ ପର୍ଯ୍ୟନ୍ତ ସରକାର ଦେବେ ଏହି ସୁବିଧା।
  • ଯେଉଁ ସଂସ୍ଥାରେ ୧୦୦ ମଧ୍ୟରେ କର୍ମଚାରୀ ଥିବେ ଓ ସେମାନଙ୍କ ମଧ୍ୟରୁ ୯୦ ଭାଗ ମାସିକ ଦରମା ୧୫ ହଜାର ଟଙ୍କା ହୋଇଥିବ, ସେମାନେ ଏହି ସୁବିଧା ପାଇବେ।

୯.  ଇପିଏଫଧାରୀମାନେ ୭୫ ପ୍ରତିଶତ ପର୍ଯ୍ୟନ୍ତ ଇପିଏଫ ଟଙ୍କା ଉଠାଇ ପାରିବେ।

  • କର୍ମଚାରୀମାନେ ୭୫ ପ୍ରତିଶତ ଜମା ଅର୍ଥ ଇପିଏଫରୁ ଉଠାଇ ପାରିବେ।
  • ଏହ ଟଙ୍କା ଫେରାଇବାକୁ ପଡ଼ିବ ନାହିଁ।
  • କର୍ମଚାରୀ ଚାହିଁଲେ ୩ମାସ ପର୍ଯ୍ୟନ୍ତ ବେତନ(ଯଦି ତାହା ମୋଟ ଜମାର ୭୫ ପ୍ରତିଶତରୁ କମ ହୋଇଥିବ) ପରିମାଣ ଇପିଏଫ ଜମାରୁ ଉଠାଇ ପାରିବେ।

୧୦. ଜୀବିକ ମିଶନ ଅଧୀନରେ ଏସ୍‌ଏଚ୍ଜିଙ୍କୁ ବିନା ବନ୍ଧକରେ ଡବଲ ଋଣ

  • ୫୩ ଲକ୍ଷରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭ କୋଟି ପରିବାର ପାଇବେ ଫାଇଦା।
  • ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି।
  • ବିନା ବନ୍ଧକରେ ମିଳି ପାରିବ ଋଣ।

୧୧. ନିର୍ମାଣ ଶ୍ରମିକଙ୍କ ପାଇଁ ଚିନ୍ତା

  • ନିର୍ମାଣ ଶ୍ରମିକଙ୍କ ପାଇଁ ଆସିଲା ପ୍ୟାକେଜ।
  • ଏବାବଦରେ ସରକାରଙ୍କ ପାଖରେ ଥିବା ଅର୍ଥକୁ ବ୍ୟବହାର କରିବା ଲାଗି ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ।
  • ଦେଶର ୩.୫ କୋଟିରୁ ଅଧିକ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଏଥିରୁ ଫାଇଦା ପାଇପାରିବେ।
  • ୩୧ ହଜାର କୋଟିରୁ ଆର୍ଥିକ ଟଙ୍କା ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଣ୍ଠିରେ ମହଜୁଦ ରହିଛି।

୧୨. କରୋନା ମୁକାବିଲା ପାଇଁ ଡିଏମ୍‌ଏଫ୍‌ ପାଣ୍ଠିର ବ୍ୟବହାର

  • ମେଡିକାଲ ଟେଷ୍ଟିଂ, ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଅନ୍ୟ ଜରୁରୀ ଆବଶ୍ୟକତା ମେଣ୍ଟାଇବା ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିର ଉପଯୋଗ କରାଯାଇପାରିବ।
  • ଏଥିପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲା ଅର୍ଥ ମନ୍ତ୍ରାଳୟ।
  • ଦେଶର ବିଭିନ୍ନ ଡିଏମ୍‌ଏଫ୍ ସଂସ୍ଥାରେ ୩୬ ହଜାର କୋଟି ଟଙ୍କା ଜମା ରହିଛି।

 

ବର୍ତ୍ତମାନ ସାରା ଦେଶ କରୋନା ମୁକାବିଲା ପାଇଁ ଲାଗିପଡ଼ିଛି। ଏଭଳି ସ୍ଥିତିରେ ଦେଶବାସୀଙ୍କ କିଭଳି ଅସୁବିଧା ହେବ ନାହିଁ, ତାହା ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେଇଛନ୍ତି। ସେଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି।

Comment