ଓଡ଼ିଶାଲାଇଭ ବ୍ୟୁରୋ

ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। କିଛି ବଜେଟକୁ ପ୍ରଶଂସା କରିଥିବା ବେଳେ ଅନ୍ୟ କିଛିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଚଳିତ ବଜେଟରେ ଶିକ୍ଷା, ଦକ୍ଷତାବିକାଶ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଆବଣ୍ଟନ, ପିଇବା ପାଣି, ଜୀବିକା ବିକାଶ ମିଶନ କ୍ଷେତ୍ରରେ ଆବଣ୍ଟନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସ୍ଵଚ୍ଛ ଭାରତ ଯୋଜନାକୁ ବଜେଟରେ ସ୍ଥାନ ମିଳିଥିବାରୁ ଏହା ସ୍ଵାଗତଯୋଗ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପକ୍ଷରେ ମନେରଗା ଏବଂ ଏସି/ଏସଟି ଏବଂ ଜାତୀୟ ସାମାଜିକ ପ୍ରତିଶ୍ରୁତି କାର୍ଯ୍ୟକ୍ରମ ଅଧିନରେ ପେନସନ ଆବଣ୍ଟନ କମିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳିଆ ଯୋଜନା ଭଳି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଭୂମିହୀନ ମାନଙ୍କୁ ସାମିଲ କରିବାର ଆବଶ୍ୟକ ଥିଲା ବୋଲି କହିଛନ୍ତି। ସେହିଭଳି ରେଳବାଇ କ୍ଷେତ୍ରରେ ଅଧିକ ଖର୍ଚ୍ଚ ଆବଣ୍ଟନ ସ୍ଵାଗତଯୋଗ୍ୟ ବୋଲି ମତ ରଖିଥିଲେ ଓ ଏହା ବାବଦରେ ଓଡ଼ିଶାର ରେଳ ପ୍ରକଳ୍ପକୁ ପର୍ଯ୍ୟାପ୍ତ ଅର୍ଥ ମିଳିବା ସହ ଏଗୁଡ଼ିକ ଖୁବଶୀଘ୍ର ସରିବ ବୋଲି ଆଶା ରଖିଛନ୍ତି।

Comment