ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା। ଶ୍ରୀଜିଉଙ୍କୁ ଅର୍ପଣ ପରେ ଭକ୍ତମାନେ ଅବଢ଼ା ପାଇବାର ସୁଯୋଗ ପାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ ହୋଇଥିବା ବେଳେ ଶନିବାରଠାରୁ ଗୁଣ୍ଡିଚା ମନ୍ଦରରେ ଆଡ଼ପ ଅବଢ଼ା ମିଳିଛି।

ରତ୍ନସିଂହାସନ ଛାଡ଼ି ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଏହି ସମୟରେ ଶ୍ରୀମନ୍ଦିରରେ ଅବଢ଼ା ସେବା ବନ୍ଦ ରହିଛି। ତେବେ ଶନିବାରଠାରୁ ଆସନ୍ତା ୧୨ ତାରିଥ ପର୍ଯ୍ୟନ୍ତ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରୁ ଆଡ଼ପ ଅବଢ଼ା ପାଇପାରିବେ ଭକ୍ତ।

ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳା ସମେତ ଆନନ୍ଦ ବଜାରକୁ ପ୍ରସ୍ତୁତ କରାଯାଇଥିଲା। ମନ୍ଦିର ପରିସରରେ ଥିବା କୂଅକୁ ବିଶୋଧନ କରାଯିବା ପରେ ସୁଆର ସେବକମାନେ ଶନିବାର ସକାଳୁ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଅନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି। ଶ୍ରୀଜିଉଙ୍କୁ ଅର୍ପଣ ପରେ ଭକ୍ତମାନେ ଅବଢ଼ା ପାଇବାର ସୁଯୋଗ ପାଇଛନ୍ତି।

Comment