ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଆଜି ଜନ୍ମଦିନ।  ୧୯୮୧ ମସିହା ଆଜିର ଦିନରେ ରାଞ୍ଚିରେ ଜନ୍ମ ହୋଇଥିବା ଧୋନି ଆଜି ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସାରାବିଶ୍ୱରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଭରେତୀୟ କ୍ରିକେଟର ସଚିନ, ସେହ୍ୱାଗ, ଲକ୍ଷଣ, ଗାଙ୍ଗୁଲି ପ୍ରମୁଖ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।

ସେହିପରି ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ବ୍ୟତୀତ ପୂରା ଟିମ ମାହିଙ୍କୁ ଶୁଭକାମନା ଜଣାଇଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ଅଞ୍ଚଳରେ ଧୋନିଙ୍କ ପ୍ରଂଶସକମାନେ ବି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। କେକ୍ କାଟିବା ସହିତ ମାହିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତି।

ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ରିକେଟ ଜଗତରେ ଟିମକୁ ଏକ ନୂଆ ପରିଚୟ ଦେଇଛନ୍ତି। ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କ୍ରିକେଟର ସମସ୍ତ ଫର୍ମାଟରେ ବିଶ୍ୱ ବିଜୟୀ ହୋଇଛି।

୨୦୦୭ ଟି-୨୦ବିଶ୍ୱକପ, ୨୦୧୧ ବିଶ୍ୱକପ, ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଧୋନିଙ୍କ ନେତୃତ୍ୱରେ କବଜା କରିଛି ଦଳ।

Comment