ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଓଏସ୍ଆରଟିସି କର୍ମଚାରୀଙ୍କ ଆନ୍ଦୋଳନ, ୨୦ଟି ରୁଟରେ ଗଡ଼ିଲାନି ବସ୍

ଦରମା ବୃଦ୍ଧିକୁ ନେଇ ଓଏସ୍ଆରଟିସିରେ ଚାଲିଥିବା କର୍ମଚାରୀ ଆନ୍ଦୋଳନ ମଙ୍ଗଳବାର ଉଗ୍ରରୂପ ନେଇଛି। ଫଳରେ କଟକରୁ ଆଜି ଗୋଟିଏ ହେଲେ ସରକାରୀ ବସ୍ ଚାଲିପାରିନି। ଏଥିପାଇଁ ଶହଶହ ଯାତ୍ରୀ କଟକ ବସ୍‌ ଷ୍ଟାଣ୍ଡରୁ ନିରାଶ ହୋଇ ଫେରିଛନ୍ତି। ତିନି ମାସର ଦରମା ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀ ଚେତାବନୀ ଦେଇଛନ୍ତି।

ପୁରୀରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ – ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ

ପୁରୀରେ ବସ୍ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ଏବଂ କଂଗ୍ରେସ। ଏହି ଘଟଣାରେ ପୋଲିସ ବସ୍ ହେଲପରକୁ ଗିରଫ କରିଥିଲେ ମଧ୍ୟ ରାଜନୀତିରେ ତାତି ବଢ଼ିଛି। କଂଗ୍ରେସ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କ ମା’କୁ ସମ୍ମାନ ଉପରେ ପ୍ରଶ୍ନ ଉଠାଇଛି।

ଗୁଳି ଫୁଟାଇ ଡାକ୍ତରଙ୍କଠାରୁ ୫୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

କଟକ-ଢେଙ୍କାନାଳ ହାଇୱେରେ ମଙ୍ଗଳବାର ଘଟିଛି ଏକ ବଡ଼ ଧରଣର ଲୁଟ୍‌। ଜମି କିଣିବାକୁ ଯାଉଥିବା ଜଣେ ହୋମିଓପ୍ୟାଥି ଡାକ୍ତରଙ୍କ କାର ଉପରକୁ ଗୁଳିକରି ଦୁର୍ବୃତ୍ତମାନେ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଡାକ୍ତର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଘଟଣାର ତଦନ୍ତ କରୁଛି ପୋଲିସ।

ପାଟକୁରା ପାଇଁ ବିଜେଡିର ଏତେ ସମରସଜ୍ଜା କାହିଁକି?

ପାଟକୁରା ଉପ-ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଜୁଲାଇ ୨୦ରେ ହେବ ଭୋଟ। ତେବେ ଏହି ଉପ-ନିର୍ବାଚନ ପାଇଁ ବିଜେଡି ଯେମିତି ସମରସଜ୍ଜା କରୁଛି ତାହା କୌଣସି ସାଧାରଣ ନିର୍ବାଚନଠାରୁ ବି କମ୍ ନୁହେଁ। କେବଳ ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ମାଳ ମାଳ ନେତା ମନ୍ତ୍ରୀଙ୍କୁ ଦାୟିତ୍ୱ ଦେବା ପଛରେ କାରଣ କ’ଣ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ହ୍ୱିଲ ଚେୟାରରୁ ପେପ୍ସି ‘ସ୍ୱାଗଷ୍ଟାର’ : ଟିମ୍ ଇଣ୍ଡିଆକୁ ଚିଅର ଅପ୍ କରି ଚର୍ଚ୍ଚାରେ ୮୭ ବର୍ଷୀୟା ଚାରୁଲତା

ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆକୁ ଚିୟର କରି ଚର୍ଚ୍ଚାକୁ ଆସିଥିଲେ ୮୭ ବର୍ଷୀୟ ବୃଦ୍ଧ ଚାରୁଲତା ପଟେଲ। ପରିଣତ ବୟସରେ କ୍ରିକେଟ ପ୍ରତି ପ୍ରେମ ଏବଂ ହ୍ୱିଲ ଚେୟାରରେ ଟିମକୁ ଚିୟର ଅପ ତାଙ୍କୁ ସାରା ବିଶ୍ୱରେ ପରିଚିତ କରାଇଛି। ତାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କେବଳ ଏତିକି ନୁହେଁ ମ୍ୟାଚ ପରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ତାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ବିଶ୍ୱକପରୁ ଚର୍ଚ୍ଚିତ ହୋଇଥିବା ଚାରୁଲତାଙ୍କୁ ପେପ୍ସିକୋ ସ୍ପେଶାଲ ଓ୍ୱାର୍ଲ୍ଡକପ ୨୦୧୯ ସ୍ୱାଗ ବିଜ୍ଞାପନ କ୍ୟାମ୍ପେନରେ ସାମିଲ କରିଛି। ପେପ୍ସିର ସ୍ୱାଗ କ୍ୟାମ୍ପେନରେ ଚାରୁଲତାଙ୍କୁ ନୂଆ ସ୍ୱାଗ ଷ୍ଟାର କରାଯାଇଛି।

ମାଞ୍ଚେଷ୍ଟରରେ ବର୍ଷା, ଅଧାରୁ ଅଟକିଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌

ବିଶ୍ୱକପରେ ପୁଣି ବାଧକ ସାଜିଲା ବର୍ଷା। ଲିଗ୍‌ ମ୍ୟାଚ୍‌ ପରେ ଏବେ ସେମିଫାଇନାଲ ବି ବର୍ଷା ଯୋଗୁଁ ବନ୍ଦ ହୋଇଛି। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲ ନକ୍‌-ଆଉଟ୍‌ ମ୍ୟାଚ୍‌ ବର୍ଷା ପାଇଁ ଅଟକି ଯାଇଛି। ୪୬.୧ ଓଭରରେ ମ୍ୟାଚ୍‌ ଅଟକିଛି। ତେବେ ବର୍ଷା ଛାଡ଼ିଲେ ମ୍ୟାଚ୍‌ ପୁଣିଥରେ ଆରମ୍ଭ ହେବ।

ଜାଣନ୍ତୁ ଶ୍ରୀକ୍ଷେତ୍ରରେ ସୁନାବେଶ ପଛର ଐତିହାସିକ ଓ ତାତ୍ତ୍ୱିକ କାହାଣୀ

ଶ୍ରୀକ୍ଷେତ୍ରରେ ଶୀଜୀଉମାନଙ୍କର ବିଭିନ୍ନ ବେଶ ହୋଇଥାଏ। ସେହି ବେଶମାନଙ୍କ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୫ ଥର ସୁନାବେଶ ହୋଇଥାଏ। ରଥ ଉପରେ ହେଉଥିବା ସୁନାବେଶରେ ମହାପ୍ରଭୁ ମହଣ ମହଣ ସୁନାରେ ସଜ୍ଜିତ ହୋଇଥା’ନ୍ତି। ଏହି ବେଶ ଦେଖିବା ପରେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠେ କି ମହାପ୍ରଭୁଙ୍କର ଏହି ବେଶ କାହିଁକି ହୁଏ, ଏତେ ସୁନା କେଉଁଠୁ ଆସିଲା ଏଭଳି ଅନକେ ପ୍ରଶ୍ନ।

ଭାରତକୁ ବଡ଼ ସଫଳତା ଦେଲେ ଚହଲ – ଓ୍ଵିଲିୟମସନ ଆଉଟ୍‌!

ଟିମ୍‌ ଇଣ୍ଡିଆକୁ ବଡ଼ ସଫଳତା ମିଳିଛି। ନ୍ୟୁଜିଲାଣ୍ଡର ଅଧିନାୟକ ତଥା ଘାତକ ବ୍ୟାଟ୍ସମ୍ୟାନ୍‌ କେନ୍‌ ଓ୍ଵିଲିୟମସନ ଅଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି। ଭାରତକୁ ଏହି ସଫଳତା ଦେଇଛନ୍ତି ଜୁଜୁବେନ୍ଦ୍ର ଚହଲ। ଚହଲଙ୍କ ବଲ୍‌କୁ ଖେଳିବାକୁ ଯାଇ ଓ୍ଵିଲିୟମସନ ଜାହେଜାଙ୍କ ହାତକୁ କ୍ୟାଚ୍‌ ଟେକିଥିଲେ। ଫଳରେ ୬୭ ରନ୍‌ରେ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି ଅଧିନାୟକ କେନ୍‌ ଓ୍ଵିଲିୟମସନ।

ଭାରତ ବନାମ ନ୍ୟୁଜିଲାଣ୍ଡ – ୧୧ବର୍ଷ ପରେ ପୁଣି ସେମିରେ ବିରାଟ-ଓ୍ଵିଲିୟମସନ

ମଙ୍ଗଳବାର ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ବିରାଟ କୋହଲି ଓ କେନ ଓ୍ଵିଲିୟମସନ ଏହି ଦୁଇ ଦଳର ନେତୃତ୍ଵ ନେଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଚି ଯେ, ୧୧ବର୍ଷ ତଳେ ୧୯ବର୍ଷରୁ କମ ବିଶ୍ଵକପ ସେମିଫାଇନାଲରେ ମଧ୍ୟ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ବିରାଟ ଓ ଓ୍ଵିଲିୟମସନ ନିଜ ଦଳର ନେତୃତ୍ଵ ନେଇଥିଲେ।

ସ୍ଵତନ୍ତ୍ର ଓଜେଇଇ ପାଇଁ ୧୩କୁ ଆବେଦନ ଘୁଞ୍ଚିଲା

ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ବି.ଟେକ୍, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏରେ ନାମ ଲେଖାଇବା ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଜୁଲାଇ ୭ରେ ଆବେଦନର ଶେଷ ତାରିଖ ଥିଲା। ବର୍ତ୍ତମାନ ଏହାକୁ ୧୩ ତାରିଖକୁ ବୃଦ୍ଧି କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଛାତ୍ରଛାତ୍ରୀମାନେ ଜୁଲାଇ ୧୫ରୁ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜୁଲାଇ ୨୧ରେ ପରୀକ୍ଷା ଅନୁଷ୍ଠିତ ହେବ।

ପୁରୀ: ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ, ହେଲପର ଗିରଫ

ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ସହରରେ। ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୁକ୍ତ ବସ୍ ହେଲପରଙ୍କୁ ପୋଲିସ ଗିରଫ କରିଛି। ସୋମବାର ରାତିରେ ଏକ ଏସି ବସ୍‌ରେ ନାବାଳିକାଙ୍କୁ ବସ୍ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଶରଧାବାଲିରେ ପୀଡ଼ିତା ଜଣକ କାନ୍ଦୁଥିଲା ବେଳେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୁମ୍ଭାରପଡ଼ା ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ବସ୍ ହେଲପରଙ୍କୁ ପୋଲିସ ଅଟକ ରଖିଥିଲା।

କର୍ଣ୍ଣାଟକ ପଲିଟିକାଲ ଡ୍ରାମା: ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

କଂଗ୍ରେସ ଓ ଜେଡିଏସର ୧୨ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ପରିସ୍ଥିତିକୁ ସମ୍ଭାଳିବା ସହିତ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛି କଂଗ୍ରେସ। ସମସ୍ୟାର ସମାଧାନ ଲାଗି ଅର୍ଥାତ ପରବର୍ତ୍ତୀ ରଣନୀତି ପାଇଁ ଆଜି କଂଗ୍ରେସର ବିଧାୟକ ଦଳ ବୈଠକ ବସିଛି। ଇସ୍ତଫା ଦେଇଥିବା ବିଧାୟକଙ୍କ ଛଡ଼ା ଅନ୍ୟ ସମସ୍ତ ବିଧାୟକ ଏହି ସଭାରେ ଯୋଗ ଦେଇଛନ୍ତି।

ନନ୍ଦିଘୋଷ ଚକ ଭାଙ୍ଗିଲେ ମହାଲକ୍ଷ୍ମୀ

ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ।

ବାହୁଡ଼ା ପ୍ରସ୍ତୁତି, ଆଜି ତିନି ରଥର ହେବ ଦକ୍ଷିଣ ମୋଡ଼

ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ତିନି ରଥର ଦକ୍ଷିଣ ମୋଡ଼ ହେବ।

ଓଲିଉଡ ପରଦାରେ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଅନ୍‌ସ୍କ୍ରିନ୍ ରୋମାନ୍ସ

ଓଲିଉଡର ଲୋକପ୍ରିୟ ଏବଂ ହିଟ୍ ଯୋଡ଼ି ହେଲେ ସବ୍ୟସାଚୀ ଓ ଅର୍ଚ୍ଚିତା। ଏହି ଦୁଇଙ୍କ ଯୋଡ଼ି ପରଦାରେ ସବୁବେଳେ ହିଟ୍। ଜାଣନ୍ତୁ ଏହି ହିଟ୍ ଯୋଡ଼ି କେଉଁ କେଉଁ ଫିଲ୍ମରେ ନଜର ଆସିଛନ୍ତି।

Comment