ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ଓ ଜେଡିଏସର ୧୨ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ପରିସ୍ଥିତିକୁ ସମ୍ଭାଳିବା ସହିତ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛି କଂଗ୍ରେସ। ସମସ୍ୟାର ସମାଧାନ ଲାଗି ଅର୍ଥାତ ପରବର୍ତ୍ତୀ ରଣନୀତି ପାଇଁ ଆଜି କଂଗ୍ରେସର ବିଧାୟକ ଦଳ ବୈଠକ ବସିଛି। ଇସ୍ତଫା ଦେଇଥିବା ବିଧାୟକଙ୍କ ଛଡ଼ା ଅନ୍ୟ ସମସ୍ତ ବିଧାୟକ ଏହି ସଭାରେ ଯୋଗ ଦେଇଛନ୍ତି।

ସେପଟେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ବାଚସ୍ପତି କେ ଆର ରମେଶ। ରାଜ୍ୟରେ ରାଜନୈତିକ ପରିସ୍ଥିତି ଗମ୍ଭୀର ହୋଇଥିଲା ବେଳେ ସମ୍ବିଧାନର ବିଧି ବ୍ୟବସ୍ଥାକୁ ଅନୁଧ୍ୟାନ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ସମସ୍ତଙ୍କ ନଜର ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ରହିଛି। କାରଣ ବାଚସ୍ପତିଙ୍କ ନିଷ୍ପତ୍ତି କର୍ଣ୍ଣାଟକର ଭାଗ୍ୟ ନିର୍ଦ୍ଧାରଣ କରିପାରେ।

ବାଚସ୍ପତିଙ୍କ ଅନୁପସ୍ଥିତିରେ ବିଧାୟକମାନେ ତାଙ୍କ ସଚିବଙ୍କୁ ଶନିବାର ଇସ୍ତଫାପତ୍ର ପ୍ରଦାନ କରିଥିଲେ।

ଇସ୍ତଫା ଦେଇଥିବା ବିଧାୟକମାନେ କର୍ଣ୍ଣାଟକ ଏବଂ କେନ୍ଦ୍ରୀୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିପାରନ୍ତି।  ଅନ୍ୟପକ୍ଷରେ କଂଗ୍ରେସ ଇସ୍ତଫା ଦେଇଥିବା ବିଧାୟକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛି।

Comment