ଓଡ଼ିଶାଲାଇଭ୍ ବ୍ୟୁରୋODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବର କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ ରବିବାର କ୍ୟାବିନେଟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଆଜି ଟ୍ଵିଟରରେ ସେୟାର କରିଛନ୍ତି। ଟ୍ଵିଟରରୁ ଜଣା ପଡ଼ିଛି ଯେ, ଇସ୍ତଫା ପତ୍ର ସେ ଜୁନ ୧୦ରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି।

ସୋମବାର ୨ଟା ୫୧ରେ ‘ଚନ୍ଦ୍ରଯାନ ୨’ର ଉତକ୍ଷେପଣ- ଏବେଠୁ କାଉଣ୍ଟଡାଉନ

ଭାରତର ଦ୍ୱିତୀୟ ଚନ୍ଦ୍ରଯାନ ଅଭିାଯାନ ‘ଚନ୍ଦ୍ରଯାନ ୨’ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ସକାଳ ୬ଟା ୫୧ରୁ ୨୦ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋଇଛି। ୧୫ ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶ ଧଓ୍ୱନ କେନ୍ଦରୁ ଜିଏସଏଲଭି ଏମକେ ୩ ’ବାହୁବଳୀଭ’ ରକେଟ ସାହାଯ୍ୟରେ ଏହାର ଉତକ୍ଷେପଣ କରାଯିବ।

ବିଶ୍ଵକପ ୨୦୧୯ ଟ୍ରଫି ପାଇଁ ଲଢିବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

ଦୀର୍ଘ ୪୫ ଦିନରେ ୪୭ ମ୍ୟାଚ ପରେ ଆଜି ଆଇସିସି ବିଶ୍ଵକପ ୨୦୧୯ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ଇଂଲଣ୍ଡ ଓ ନ୍ୟୁଜଲିଣ୍ଡ ମୁହାଁମୁହିଁ ହେବେ। ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଇଂଲଣ୍ଡ ଡିପେଣ୍ଡିଙ୍ଗ ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ଦୁଇ ଦଳ ପୂର୍ବରୁ ବିଶ୍ଵକପ ହାସଲ କରିନାହାନ୍ତି ତେବେ ଚଳିତ ବିଶ୍ଵକପରେ ବିଶ୍ଵ ଏକ ନୂଆ ବିଜେତା ଦେଖିବ।

ରସିଦ୍ ଖାନ୍ ଆଫଗାନିସ୍ତାନର ଅଧିନାୟକ ନିଯୁକ୍ତ

ବହୁ ଚର୍ଚ୍ଚିତ ଲେଗ ସ୍ପିନର ରସିଦ୍ ଖାନ୍  ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଟେଷ୍ଟ,ଦିନିକିଆ ଓ ଟ୍ୱେଣ୍ଟି ୨୦ ତିନୋଟି ଯାକ ଫର୍ମାଟରେ ଏବେ ଦଳର ନେତୃତ୍ୱ ନେବେ। ଏନେଇ ଆଫଗାନିସ୍ତାନ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

Comment