ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୁରଭଞ୍ଜ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏକାସାଙ୍ଗରେ ଛଅଟି ସ୍ଥାନରେ ମିଳିତ ଭାବରେ ଚଢ଼ାଉ କରିଛି ଭିଜିଲାନ୍ସ।

ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ବାରିପଦାସ୍ଥିତ ପ୍ରଫୁଲ୍ଲ ନଗର ବାସଭବନ ସହ ମୃଗାବାଡ଼ି ନିକଟରେ ଥିବା ସରକାରୀ କାର୍ଯ୍ୟାଳୟ, ବାଙ୍ଗିରିପୋଷି, ଚନ୍ଦନପୁରର ଶ୍ୱଶୁର ଘର, ପୈତୃକ ଘରେ ଚଢ଼ାଉ କରଥିଲା ଭିଜିଲାନ୍ସ। ଏହାସହ ଢିପାସାହିରେ ଥିବା ହୃଦେଶ୍ୱରଙ୍କ ସମ୍ପର୍କୀୟଙ୍କ ଘର ସହିତ ଭୁବନେଶ୍ୱରରେ ଥିବା ଏକ ଫ୍ଲାଟରେ ଏକାସାଙ୍ଗରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ।

ଗୋଟିଏ ସମୟରେ ଛଅଟି ଭିନ୍ନଭିନ୍ନ ସ୍ଥାନରେ ଭିଜିଲାନ୍ସର ୨୫ରୁ ଅଧିକ ଅଧିକାରୀ ଏହି ଚଢ଼ାଉରେ ସାମିଲ ଥିଲେ।

Comment