ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ମୋଟର ଯାନ ନିରୀକ୍ଷକ (ଏମଭିଆଇ) ପଞ୍ଚାନନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।

ମଙ୍ଗଳବାର ଦିନ ପଞ୍ଚାନନ ବେହେରାଙ୍କ ୭ଟି ଠିକଣା ଉପରେ ଭିଜିଲାନ୍ସ ବଭାଗ ପକ୍ଷରୁ ଏକକାଳୀନ ଚଉଢ଼ କରାଯାଇଥିଲା। ଚଢ଼ଉ ବେଳେ ଏମଭିଆଇଙ୍କ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦେଖି ଜଳକା ହୋଇଯାଇଥିଲେ ଭିଜିଲାନ୍ସ ବିଭାଗ ଅଧିକାରୀ।

ପଞ୍ଚାନନ ବେହେରାଙ୍କର ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ୩୧ଟି ପ୍ଲଟ ରହିଛି। ଏହି ପ୍ଲଟଗୁଡ଼ିକର ମୂଲ୍ୟ ୨ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ପଞ୍ଚାନନଙ୍କ ବେହେରାଙ୍କ ୩୧ଟି ପ୍ଲଟ ମଧ୍ୟରୁ ୧୦ଟି ବେନାମୀ ବୋଲି ଜଣାପଡ଼ିଛି। ଏହି ଚଢ଼ଉ ବେଳେ ଏମଭିଆଇ ପଞ୍ଚାନନ ବେହେରା ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ୭୨ ଲକ୍ଷ ଟଙ୍କା ଜମା ରହିଥିବା ଜଣାପଡ଼ିଛି।

ଏହା ବ୍ୟତୀତ ୧୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ କରାଯାଇଛି। ପୁଅର ମେଡିକାଲ ପଢ଼ା ପାଇଁ ପଞ୍ଚାନନ ବେହେରା ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ତାଙ୍କର ୪ଟି ଦାମୀ କାର ମଧ୍ୟ ଜବତ ହୋଇଛି। ନିଜ ପରିବାର ସଦସ୍ୟମାନଙ୍କ ନାଁରେ ଏହି ଗାଡ଼ିଗୁଡ଼ିକ ରହିଛି।

ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି।

Tags: #VigilanceRaid #MVIPanchananBehera #NayagarhMVI #Odisha

Comment