ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଶାନ୍ତ କୁମାର ଗନ୍ତାୟତଙ୍କର ୮ଟି ଠିକଣା ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଭୁବନେଶ୍ୱରରେ ୨ଟି ଆପାର୍ଟମେଣ୍ଟ, ୨ଟି କୋଠା, ୫ଟି ପ୍ଲଟ, ପ୍ରାୟ ୫୦୦ ଗ୍ରାମର ସୁନା ଅଳଙ୍କାର, ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ କାର ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୭ ଲକ୍ଷ ଟଙ୍କା ଜମା ରହିଥିବା ଜଣାପଡ଼ିଥିଲା।

ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘର, ସରକାରୀ ବାସଭବନ ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ଏବଂ ଗଞ୍ଜାମରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ ବିଭାଗ। ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର, ବ୍ରହ୍ମପୁରର ପୈତୃକ ଘର ଓ ଭାବିନୀପୁରରେ ଥିବା ଘରେ ଚଢ଼ଉ କରାଯାଇଥିଲା।

Tags: #VigilanceRaid #ChiefCivilSuppliesOfficerPrasantKumarGantayat #Odisha #VigilanceDepartment

Comment