ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ମହାକାଶ ମିଶନ ଆପୋଲୋ ୧୧କୁ ପୂରିଛି ୫୦ବର୍ଷ। ୧୯୬୯ ମସିହା ଜୁଲାଇ ୨୦ରେ ଚନ୍ଦ୍ରପୃଷ୍ଠରେ ପ୍ରଥମକରି ପାଦ ରଖିଥିଲେ ଆମେରିକୀୟ ମହାକାଶଚାରୀ ନୀଲ୍ ଆର୍ମଷ୍ଟ୍ରଙ୍ଗ୍।

ଆପୋଲୋର ସର୍ବମୋଟ ୧୧ଟି ମିଶନ ହୋଇଥିଲା। ଯେଉଁଥିରେ ୩୩ଜଣ ମହାକାଶଚାରୀ ଯାଇଥିଲେ। ତାଙ୍କ ମଧ୍ୟରୁ ୨୭ଜଣ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ପାରି ଥିବାବେଳେ, ତାଙ୍କ ମଧ୍ୟରୁ ୨୪ଜଣ ଚନ୍ଦ୍ର ଚାରିପଟେ ବୁଲିପାରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ୧୨ଜଣ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ପାଦ ରଖିପାରିଥିଲେ।

ଏହି ମହାକାଶ ଅଭିଯାନକୁ ୫୩କୋଟି ଲୋକ ସିଧାପ୍ରସାରଣ ଦେଖିଥିଲେ। ନାସାର କହିବା ଅନୁସାରେ ଏହି ମହାକାଶ ଅଭିଯାନରେ ସର୍ବମୋଟ ୪ଲକ୍ଷ ଲୋକ ଜଡ଼ିତ ଥିଲେ। ମହାକାଶଚାରୀଙ୍କୁ ଛାଡ଼ି ମିଶନ୍ କଣ୍ଟ୍ରୋଲର୍, ଇଞ୍ଜିନିୟର, ଠିକାଦାରଙ୍କଠାରୁ ଆରମ୍ଭକରି ବୈଜ୍ଞାନିକ, ଡାକ୍ତର, ଗଣିତଜ୍ଞ ଆଦି ସମସ୍ତେ ଏହି ଅଭିଯାନରେ ସାମିଲ ଥିଲେ।

ଚନ୍ଦ୍ରପୃଷ୍ଠରେ ୧୨ଜଣ ମହାକାଶଚାରୀ ପାଦ ରଖିଥିଲାବେଳେ ନୀଲ୍ ଆର୍ମଷ୍ଟ୍ରଙ୍ଗଙ୍କ ପରେ ଦ୍ୱିତୀୟ ବ୍ୟକ୍ତି ଭାବେ ଚନ୍ଦ୍ରପୃଷ୍ଠରେ ପାଦ ରଖିଥିଲେ ଏଲଡ୍ରିନ୍। ତାଙ୍କ କହିବା ଅନୁସାରେ ଏହି ଅଭିଯାନପରେ ସମସ୍ତ ମହାକାଶଚାରୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଯାଇଥିଲା। ଏଲଡ୍ରିନ୍ ଏହି ଅଭିଯାନପରେ ଡିପ୍ରେସନକୁ ଚାଲିଯାଇଥିଲେ।

ଏହି ଅଭିଯାନରେ ମହିଳାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଡାଟା ପ୍ରୋସେସିଙ୍ଗ୍ ଏବଂ ଜଟିଳ ଗଣନା ଆଦି କାମ ପାଇଁ ନାସା ଆଫ୍ରିକା-ଆମେରିକାର ମହିଳାମାନେ ନିଯୁକ୍ତ ହୋଇଥିଲେ। ଏହି ମହିଳାମାନଙ୍କୁ ମାନବ କମ୍ପ୍ୟୁଟର ଭଳି ନିଯୁକ୍ତି କରାଯାଇଥିଲା। ଏହି ଅଭିଯାନରେ ସାମିଲଥିବା ମହିଳାମାନଙ୍କ ଉପରେ ୨୦୧୬ରେ ଏକ ଚଳଚ୍ଚିତ୍ର ମଧ୍ୟ ତିଆରି ହୋଇଛି।

Comment