ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଦବଙ୍ଗ ଖାନ ସଲମାନଙ୍କ ଅଭିନୀତ ଫିଲ୍ମ କିକ୍‌୨କୁ ୫ ବର୍ଷ ପୂରିଛି। ୨୦୧୪, ଜୁଲାଇ ୨୫ରେ ରିଲିଜ ହୋଇଥିଲା ଏହି ଫିଲ୍ମ। ଏଥିରେ ସଲମାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଜ୍ୟାକଲିନ। ଫିଲ୍ମ ୫ ପୂରଣ କରିବା ଅବସରରେ ଜ୍ୟାକଲିନ ସଲମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇନଷ୍ଟଗ୍ରାମରେ ଫଟୋ ସେୟାର କରି କିକ୍‌ର ସ୍ମୃତିକୁ ମନେ ପକାଇଛନ୍ତି ଜ୍ୟାକଲିନ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସାଜିଦ ନାଦିଆଓ୍ୱାଲା। ଏହା ବକ୍ସ ଅଫିସରେ ସୁପରହିଟ ମଧ୍ୟ ହୋଇଥିଲା। ଏବେ ଏହି ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ ଆସିବାକୁ ଯାଉଛି।

ଏଥର କିନ୍ତୁ କାହାଣୀରେ କିଛି ପରିବର୍ତ୍ତନ ହେଉଥିବା ଜଣାପଡ଼ିଛି। ଏଥିରେ ଜ୍ୟାକଲିନ ପୋଲିସ ଅଫିସର ଭୂମିକାରେ ନଜର ଆସି ପାରନ୍ତି।

ଫିଲ୍ମରେ ଟାଇଗର ଶ୍ରଫ୍, ସଲମାନ ଖାନ୍, ଅଭିନୟ କରିବେ ବୋଲି ଜଣାପଡ଼ିଛି। ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ।

Comment