ଓଡ଼ିଶାଲାଇଭ ବ୍ୟୁରୋ

ଆଇନରେ ପରିଣତ ହେଲା ଟ୍ରିପଲ ତଲାକ ବିଲ୍‌। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ଦେବା ପରେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି। ଗତ ମଙ୍ଗଳବାର ଟ୍ରିପଲ ତଲାକ ବିଲ୍‌ ରାଜ୍ୟସଭାରେ ଗୃହୀତ ହୋଇଥିଲା।

ଦିନ ତମାମ ବିତର୍କ ପରେ ଏହି ଐତିହାସିକ ବିଲ୍‌ ପାସ କରାଇବାରେ ସକ୍ଷମ ହୋଇଥିଲେ କେନ୍ଦ୍ର ସରକାର।

ପ୍ରସ୍ତାବ ସପକ୍ଷରେ ୯୯ଟି ଭୋଟ ପଡ଼ିଥିଲା ବେଳେ ବିପକ୍ଷରେ ୮୪ଟି ଭୋଟ ପଡ଼ିଥିଲା। ବିଜେଡି ବିଲ୍‌ ସପକ୍ଷରେ ଭୋଟ ଦେଇଥିଲା। ଜେଡିୟୁ, ଟିଆରଏସ, ଓ୍ୱାଇଏସଆର କଂଗ୍ରେସ ଭୋଟିଂରୁ ବିରତ ରହିଥିଲେ।

ଜୁଲାଇ ୨୧ରେ ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା। ଏହି ବିଲ ଆଇନରେ ପରିଣତ ହେବା ପରେ ଏଣିକି ତିନି ତଲାକ ଜରିଆରେ ଛାଡ଼ପତ୍ର ଦେଲେ ଏହାକୁ ଅପରାଧ ବୋଲି ଧରାଯିବ। ଦୋଷୀକୁ ଜେଲଦଣ୍ଡ ମିଳିବ।

Comment