ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି। ପ୍ରାୟ ୩୦ ମିନିଟର ଏହି ବୈଠକରେ ଦେଶରେ କରୋନା ସ୍ଥିତି ଓ ସୀମାରେ ଚୀନର କାର୍ଯ୍ୟକଳାପକୁ ନେଇ ମୋଦୀ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି।

ଏହାଛଡ଼ା ଅନ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ନିକଟରେ ମୋଦୀ ଅଚାନକ ଲଦାଖ ଗସ୍ତ କରିଥିଲେ। ସୀମାରେ ସ୍ଥିତି ସମୀକ୍ଷା କରିଥିଲେ। ଏହି ଗସ୍ତ ପରେ ମୋଦୀ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରରେ ମୋଦୀ ରାଷ୍ଟ୍ରପତିଙ୍କୁ ସୀମା ସ୍ଥିତି ନେଇ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଦେଶରେ କରୋନା ସ୍ଥିତି ଏବେ ଚିନ୍ତାଜନକ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ପହଞ୍ଚିବାକୁ ଯାଉଛି। ମୋଦୀ ଏ ପ୍ରସଙ୍ଗରେ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥାଇ ପାରନ୍ତି।

Comment