ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁନିଲ ସେଟ୍ଟୀ ବଲିଉଡରେ ଜଣେ ହିଟ୍‌ ହିରୋ ଭାବେ ପରିଚିତ। ଆନ୍ନା ନାଁରେ ବଲିଉଡରେ ଖ୍ୟାତି ଅର୍ଜନ କରିଥିବା ସୁନିଲ ଏବେ କାଫି ଫିଟ ଏବଂ ଆକ୍ଟିଭ। ସେ ଏବେ ସାଉଥ ଫିଲ୍ମ ପହଲଓ୍ୱାନରେ ବଡ଼ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମରେ ସଂପୂର୍ଣ୍ଣ ନିଆରା ଅର୍ଥାତ ଦେଶୀ ଲୁକ୍‌ରେ ନଜର ଆସିବେ ସୁନିଲ।

ଏଥିରେ ସେ ରେସଲିଙ୍ଗ କୋଚ ଭାବେ ଅଭିନୟ କରିବେ। ଫିଲ୍ମରେ ସୁନିଲଙ୍କ ପ୍ରଥମ ଲୁକ ମଙ୍ଗଳବାର ରିଲିଜ ହୋଇଥିଲା। ଏଥିସହ ଫିଲ୍ମର ଟାଇଟଲ ସଙ୍ଗ୍‌ ‘ଜୟ ହୋ ପହଲଓ୍ୱାନ‘ ମଧ୍ୟ ରିଲିଜ ହୋଇଛି। ଏଥିରେ ସୁନୀଲ କନ୍ନଡ ହିରୋ କିଚ୍ଚା ସୁଦୀପଙ୍କ ସହ ନଜର ଆସିଛନ୍ତି।

ଫିଲ୍ମଟି ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ଼ ଭାଷାରେ ସେପ୍ଟେମ୍ବର ୧୨ରେ ରିଲିଜ ହେବାର ଅଛି।

Comment