ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପ୍ରଥମ ଇଂରାଜୀ ପ୍ରକାଶନ ମାଇଁ ସିଟି ଲିଙ୍କସ୍ ପକ୍ଷରୁ ବୁଧବାର ମାଇଁ ସିଟି ଆୱାର୍ଡସ୍‌ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଥିଲା। ଏହି ଅବସରରେ ନୂତନ ଚିନ୍ତାଧାରାର ବ୍ୟକ୍ତି ଓ ପ୍ରତିଷ୍ଠାନମାନଙ୍କୁ ମାଇଁ ସିଟି ଆୱାର୍ଡସ୍‌ରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଶକ୍ତି, ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ, ସଂସ୍କୃତି ଓଡ଼ିଆ ଭାଷା ଓ ସାହିତ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମାଇଁ ସିଟି ଆୱାର୍ଡସ୍‌ର ଦ୍ୱିତୀୟ ସଂସ୍କରଣରେ ସ୍ୱସ୍ତି ଗ୍ରୁପ୍ର ପ୍ରତିଷ୍ଠାତା ଜିତେନ୍ଦ୍ର କୁମାର ମହାନ୍ତି, ମେ ଫେୟାର ହୋଟେଲ, କଳା ଓ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି, ଗୁପ୍ତା ପାୱାର ପରିଚାଳନା ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଗୁପ୍ତା, ଅଞ୍ଜଳୀ ମହୋତ୍ସବର ଶ୍ରୁତି ମହାପାତ୍ର, ମଦର୍ସ୍ ପବ୍ଲିକ୍ ସ୍କୁଲର ପଲ୍ଲୀ ପଟ୍ଟନାୟକ, ଅନୀଲ ଧୀର୍, ସୁପରିଚିତ ରଘୁ ଦହିବରା ଭାବରେ ଜଣାଶୁଣା ରଘୁନାଥ ସାସମଲ୍, ଅଲିଭ୍ ରିଡଲେ କଇଁଛମାନଙ୍କର ସୁରକ୍ଷା ନିମନ୍ତେ ପୁରୀଠାରୁ ଏକ ଅଭିଯାନରେ ବାହାରିଥିବା ପ୍ରସିଦ୍ଧ ପରିବେଶବିତ୍ ଓ ସାମାଜିକ କର୍ମୀ ସୌମ୍ୟରଞ୍ଜନ ବିଶ୍ୱାଳ ଏବଂ ଦିଲ୍ଲୀପ କୁମାର ବିଶ୍ୱାଳ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ, ‘‘ସମାଜ ଗଠନରେ ଏହିପରି କାର୍ଯ୍ୟକ୍ରମ ସହାୟକ ହେବ। ଏହିପରି କାର୍ଯ୍ୟକ୍ରମ ଓଡ଼ିଶାରେ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବ।’’

ମାଇଁ ସିଟି ଲିଙ୍କସ୍‌ର ପ୍ରକାଶକ ସମୀର ହଂସ୍ କହିଥିଲେ ଯେ ସହରଗୁଡ଼ିକୁ ବିକଶିତ କରିବା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କୁ ସେମାନଙ୍କର ସମାଜସେବୀ କାମ ନିମନ୍ତେ ପୁରସ୍କୃତ କରିବା ହିଁ ଏହି ସମ୍ବର୍ଦ୍ଧନାର ମୂଳ ଲକ୍ଷ୍ୟ। ରାଜ୍ୟର ବିକାଶ ଦିଗରେ ସକରାତ୍ମକ ଭାବରେ କାର୍ଯ୍ୟ କରିବାକୁ ଲୋକମାନଙ୍କୁ ଅନୁପ୍ରେରିତ ଓ ପ୍ରେରଣା ପ୍ରଦାନ କରିବ।

ମାଇଁ ସିଟି ଲିଙ୍କ୍‌ର ଗ୍ରୁପ୍ ସମ୍ପାଦକ ସନ୍ଦିପ ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comment