ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମିଳିଛି ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’।

ପ୍ରଣବ ମୁଖାର୍ଜୀଙ୍କ ସହିତ ବିଶିଷ୍ଟ ସମାଜସେବୀ ନାନାଜୀ ଦେଶମୁଖ (ମରଣୋତ୍ତର) ଏବଂ ମହାନ ସଂଗୀତଜ୍ଞ ଭୂପେନ ହଜାରିକା (ମରଣୋତ୍ତର)ଙ୍କୁ   ମଧ୍ୟ ‘ଭାରତ ରତ୍ନ’ସମ୍ମାନ ସମ୍ମାନିତ କରାଯାଇଛି।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶର ଏହି ୩ ରତ୍ନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ଭାରତ ରତ୍ନ’ ପ୍ରଦାନ କରିଛନ୍ତି।

Comment