ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାତି ୯ଟାରେ ଡିସ୍‌କୋଭରି ଚ୍ୟାନେଲରେ ପ୍ରସାରିତ ହେବ ‘ମ୍ୟାନ ଭର୍ସେସ୍‌ ୱାଇଲ୍ଡ ସୋ’। ଏହି ସୋ’ରେ ଡିସ୍‌କୋଭରି ଚ୍ୟାନେଲର ଆଙ୍କର ବିୟର ଗ୍ରିଲ୍ସଙ୍କ ସହ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ସ୍ପେଶାଲ ସୋ’ ଦେଖିବା ପାଇଁ ସାରା ଦେଶ ବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଏହି ସୋ’ରେ ମୋଦି ଆଡଭେଞ୍ଚର୍ସ ରୂପରେ ନଜର ଆସିବେ। ଏହାସହ ପରିବେଶ ଏବଂ ଜଙ୍ଗଲି ପଶୁଙ୍କ ସଂରକ୍ଷଣ ଉପରେ ମଧ୍ୟ ମୋଦି ବିୟର ଗ୍ରିଲ୍ସଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିବ।

ଏହି ସ୍ପେଶାଲ ସୋ’କୁ ବିଶ୍ୱର ୧୮୦ଟି ଦେଶରେ ପ୍ରସାରଣ କରାଯିବ। ଭାରତରେ ଏହି ସୋ’ ୮ଟି ଭାଷାରେ ଦେଖିବାକୁ ମିଳିବ। ହିନ୍ଦୀ, ମରାଠୀ, ମାଲାୟଲମ, ତେଲୁଗୁ, ତାମିଲ, କନ୍ନଡ, ବଙ୍ଗଳା ଭାଷାରେ ପ୍ରସାରଣ କରାଯିବ।

ଏହି ସୋ’ ଆଜି ରାତି ୯ଟାରେ ଡିସ୍‌କୋଭରି ଇଣ୍ଡିଆ ଚ୍ୟାନେଲରେ ଦେଖିବାକୁ ମିଳିବ। ଏହାସହ ଡିସ୍‌କୋଭରି ଏଚ୍‌ଡି ୱାର୍ଲ୍ଡ, ଡିସ୍‌କୋଭରି ସାଇନ୍ସ, ଡିସ୍‌କୋଭରି ଟର୍ବୋ, ଡିସ୍‌କୋଭରି କିଡ୍‌ସ, ଡିସ୍‌କୋଭରି ତାମିଲ, ଜେଇଇଟି ପ୍ରାଇମ୍‌, ଜେଇଇଟି ପ୍ରାଇମ୍‌ ଏଚ୍‌ଡି, ଆନିମଲ ପ୍ଲାନେଟ୍‌, ଆନିମଲ ପ୍ଲାନେଟ୍‌ ଏଚ୍‌ଡି ୱାର୍ଲ୍ଡ, ଟିଏଲ୍‌ସି ଏବଂ ଟିଏଲ୍‌ସି ୱାର୍ଲ୍ଡରେ ପ୍ରସାରଣ କରାଯିବ।

ଯଦି ଏହି ସୋ’ ଅନଲାଇନ୍ ଦେଖିବାକୁ ଚାହୁଁଛନ୍ତି ତାହାଲେ ଦର୍ଶକ ଟାଟା ସ୍କାଏ ଏବଂ ଏୟାରଟେଲ୍ ଟିଭି ଆପ୍‌ରେ ଏହାର ସିଧାପ୍ରସାରଣ ଦେଖି ପାରିବେ। ନେଟ୍‌ଫ୍ଲିକ୍ସ ପ୍ଲାଟଫର୍ମରେ ମଧ୍ୟ ଏହି ସୋ’ ଦେଖିବାକୁ ମିଳିବ।

Comment