ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଦୁଇ ସପ୍ତାହର କଟକଣା ପରେ ଆଜିଠାରୁ ଜମ୍ମୁ ଓ କଶ୍ମୀର କିଛି ଜିଲ୍ଲାରେ ସ୍ୱାଭାବିକ ହୋଇଛି ଲ୍ୟାଣ୍ଡ ଲାଇନ୍‌ ଫୋନ୍ ଓ ମୋବାଇଲ, ଇଣ୍ଟରନେଟ୍‌ ସେବା। ଜମ୍ମୁ, ସାମ୍ବା, କଠୁଆ, ଉଦ୍ଧମପୁର ଜିଲ୍ଲାରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଛି। ସ୍ଥିତିରେ ସୁଧାର ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।

ଆଗକୁ ସମସ୍ତ ଜିଲ୍ଲାରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ସେହିପରି ଆଗାମୀ ଦିନେ ଦୁଇଦିନ ଭିତରେ ଜମ୍ମୁ କଶ୍ମୀରରେ ସମସ୍ତ ସ୍କୁଲ, କଲେଜ ଓ ଅଫିସ ଖୋଲିବାର ସମ୍ଭାବନା ରହିଛି।

ଧାରା ୩୭୦ ଉଚ୍ଛେଦ ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ଗତ ଅଗଷ୍ଟ ୫ ତାରିଖରୁ ଜମ୍ମୁ ଏବଂ କଶ୍ମୀରରେ ଫୋନ୍ ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା।

Comment