ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିଛନ୍ତି। ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାପାଳ ବଦଳିଛନ୍ତି।

ବରଗଡ଼ ଜିଲ୍ଲାପାଳ ଭାବେ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେହପିରି ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ସରୋଜ କୁମାର ସାମଲଙ୍କୁ ନିଯୁକ୍ତି ଦିଆଯାଇଛି। ଜ୍ୟୋତିରଞ୍ଜନ ଝାରସୁଗୁଡ଼ା ଜିଲ୍ଲାପାଳ ଥିଲେ।

ବରଗଡ଼ ଜିଲ୍ଲାପାଳ ଥିବା ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ରାଜ୍ୟ ଯୋଗାଣ ନିଗମର ଏମ୍‌ଡି ଭାବେ ନିଯୁକ୍ତି ମିଳିଛି।

ସେହିପରି ଶରତ ଚନ୍ଦ୍ର ମିଶ୍ରଙ୍କୁ ଶ୍ରମ ଓ ଇଏସ୍‌ଆଇ ବିଭାଗର ସ୍ୱତନ୍ତ୍ର ସଚିବ, ବନାନୀ ମହାନ୍ତିଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ, ସନ୍ତୋଷୀ ସାହୁଙ୍କୁ ବୋର୍ଡ ଅଫ୍ ରେଭିନ୍ୟୁର ଯୁଗ୍ମ ସଚିବ, ବିଶ୍ୱରଞ୍ଜନ ରଥଙ୍କୁ ସୁନ୍ଦରଗଡ଼ ଡିଆର୍‌ଡିଏା ଏପିଡି ଭାବେ ନିଯୁକ୍ତି ମିଳିଛି।

Comment