ଓଡ଼ିଶାଲାଇଭ ବ୍ୟୁରୋ

ଔଷଧ ରାଗରେ ତାଟିଆ କାମୁଡୁଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ କାହାଠାରୁ ସହାୟତା ନମିଳିବାରୁ ବିଚଳିତ ହୋଇ ପଡ଼ିଲାଣି ପାକିସ୍ତାନ। ଭାରତକୁ ହଇରାଣ କରିବାକୁ ପାକିସ୍ତାନ ପଞ୍ଜାବକୁ ବନ୍ୟାଜଳ ଛାଡ଼ି ବନ୍ୟା ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ପୂର୍ବରୁ ସତଲେଜ ନଦୀରେ ୬ଟି ଗେଟ୍‌ ଖୋଲିଥିବା ବେଳେ ପୁଣି ରାତିଅଧିଆ ଡ୍ୟାମର ସମସ୍ତ ଗେଟ ଖୋଲି ପାକିସ୍ତାନରେ ବନ୍ୟା ସୃଷ୍ଟି କରିବାକୁ ପ୍ରୟାସ କରୁଛି।

ପାକିସ୍ତାନରୁ ସତଲେଜ, ରାବି ଓ ବ୍ୟାସ ନଦୀ ପଞ୍ଜାବ ଦେଇ ଭାରତକୁ ପ୍ରବେଶ କରିଛି। ତେବେ ସତଲେଜ ନଦୀ ଉପରେ ପାକିସ୍ତାନ ସରକାର ନିର୍ମାଣ କରିଥିବା ଡ୍ୟାମର ସମସ୍ତ ଗେଟକୁ ଖୋଲି ଦିଆଯାଇଛି। ଫଳରେ ପଞ୍ଜାବରେ ଫିରୋଜପୁର ଜିଲ୍ଲାର କିଛି ଗାଁ ବନ୍ୟାଜଳରେ ବୁଡ଼ି ଯାଇଛି।

ସତଲେଜ ନଦୀରେ ପାକିସ୍ତାନର ଚମଡ଼ା କାରଖାନାର ଦୂଷିତ ଜଳ ପ୍ରବେଶ କରୁଛି। ତେବେ ବନ୍ୟାଜଳରେ କାରଖାନାର ଆବର୍ଜନା ଥିବାରୁ ପଞ୍ଜାବରେ ରୋଗ ବ୍ୟାପିବାର ଆଶଙ୍କା ରହିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି। ଅନ୍ୟପକ୍ଷରେ ସୀମାରେ ତାର ଜାଲି ବୁଡ଼ି ଯାଇଥିବାରୁ ସେନା ମୋଟର ଚାଳିତ ବୋଟରେ ପଇଁତରା ମାରୁଛନ୍ତି।

କଶ୍ମୀର ପ୍ରସଙ୍ଗରେ ସମସ୍ତ ବିଶ୍ଵ ଶକ୍ତି ପାକିସ୍ତାନ ସପକ୍ଷରେ ମୁହଁ ଫେରାଇ ଆଣିବା ପରେ ଏବେ ବିଚଳିତ ହୋଇ ଏପରି କାର୍ଯ୍ୟ କରୁଛି ପାକିସ୍ତାନ। ସୋମବାର ଜି-୭ ସମ୍ମିଳନୀରେ ମୋଦୀ ଓ ଟ୍ରମ୍ପଙ୍‌କ ବନ୍ଧୁତା ମଧ୍ୟ ପାକିସ୍ତାନକୁ ଆଉ ଏକ ଝଟକା ଦେଇଛି।

Comment