ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ବଡ଼ ଘୋଷଣା କରିଛନ୍ତି। ଏଠାକାର ଯୁବକଙ୍କ ପାଇଁ ଆଗାମୀ ୩ ମାସ ଭିତରେ ସରକାରୀ ସ୍ତରରେ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଛନ୍ତି ରାଜ୍ୟପାଳ।

‘‘ଜମ୍ମୁ କଶ୍ମୀର ପ୍ରଶାସନିକ ସ୍ତରରେ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏଥିରେ ଜମ୍ମୁ କଶ୍ମୀରର ସମସ୍ତ ଯୁବକ ସାମିଲ ହୁଅନ୍ତୁ। ଏହା ହେଉଛି ଜମ୍ମୁ କଶ୍ମୀର ଇତିହାସରେ ବଡ଼ ନିଯୁକ୍ତି ସୁଯୋଗ’’, କହିଛନ୍ତି ରାଜ୍ୟପାଳ ସତ୍ୟପାଲ୍‌ ମଲିକ।

ଜମ୍ମୁ କଶ୍ମୀରର ସଂସ୍କୃତି ଏବଂ ଐତିହ୍ୟ ପୂର୍ଣ୍ଣ ମାତ୍ରାରେ ସୁରକ୍ଷିତ ରହିବ ବୋଲି କହିଛନ୍ତି ରାଜ୍ୟପାଳ ସତ୍ୟପାଲ୍ ମଲିକ।

ରାଜ୍ୟପାଳ ଆହୁରି କହିଛନ୍ତି ଯେ ଗତ ୨୪ ଦିନ ଭିତରେ ଜମ୍ମୁ କଶ୍ମୀରରେ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇନାହିଁ। ଏହା ହେଉଛି ଆମ ପାଇଁ ବଡ଼ ସଫଳତା।

ଜମ୍ମୁ କଶ୍ମୀରରେ ସାଧାରଣ ଲୋକମାନେ ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ଫୋନର ବ୍ୟବହାର କମ୍ କରୁଥିଲେ। ଏହାର ଫାଇଦା ନେଉଥିଲେ ଆତଙ୍କବାଦୀ। ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଏହା ଆଙ୍କବାଦୀଙ୍କ ପାଇଁ ବଡ଼ ଅସ୍ତ୍ର ପାଲଟି ଯାଇଥିଲା। ଏହାକୁ ଆମେ ବନ୍ଦ କରିଥିଲୁ। ଏଣିକି ଇଣ୍ଟରନେଟ୍‌ ସେବାରେ ଧିରେ ଧିରେ ସୁଧାର ଆସିବ। ସେହିପରି ମୋବାଇଲ ସେବା ମଧ୍ୟ ଧିରେ ଧିରେ ସ୍ୱାଭାବିକ ହେବ।

Comment