ଓଡ଼ିଶାଲାଇଭ୍ ବ୍ୟୁରୋODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ବିଚିତ୍ର! ପୁରୀ ଜିଲ୍ଲା ପ୍ରଶାସନ କହିଲା – କଣ୍ଟେନର୍‌ରେ ରହିବେ ଏମାର ମଠ ମହନ୍ତ ମହାରାଜ

ପୁରୀର ପ୍ରାଚୀନ ଏମାର ମଠ ଭଙ୍ଗାଯିବାକୁ ନେଇ ଚାଲିଛି ଟଣାଓଟରା। ପୁରୀ ଜିଲ୍ଲା ପ୍ରଶାସନ ଏବଂ ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ମଧ୍ୟରେ ବୁଝାମଣା ତୁଟୁନି। ଏଭଳି ଏକ ସ୍ଥିତିରେ ମହନ୍ତ ମହାରାଜଙ୍କୁ ତାଙ୍କ ଗାଦିରୁ ହଟାଇ କଣ୍ଟେନର୍‌ରେ ରଖାଯିବ ବୋଲି ପ୍ରଶାସନର ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି।

କଟିଲା ଏମାର ମଠକୁ ବିଜୁଳି ଓ ପାଣି, ଭିତରେ ମହନ୍ତ ମହାରାଜ

ପୁରୀ ଏମାର ମଠ ଭଙ୍ଗାକୁ ନେଇ ଚାଲିଥିବା ହାଇଡ୍ରାମା ପଞ୍ଚମ ଦିନରେ ପହଞ୍ଚିଛି। କୌଣସି ପରିସ୍ଥିତିରେ ମୂଳଗାଦି ଛାଡ଼ିବେ ନାହିଁ ବୋଲି ମହନ୍ତ ମହାରାଜ ଏକ ପ୍ରକାର ଶୁଣାଇ ଦେଇଛନ୍ତି। ଅନ୍ୟପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ସରକାରୀ ଷ୍ଟାଇଲରେ କାମ କରୁଛି। ଭିତରେ ମହନ୍ତ ଓ ତାଙ୍କ ପରିବାର ଥିଲାବେଳେ ମଠକୁ ବିଜୁଳି ଓ ପାଣି ସଂଯୋଗ କାଟି ଦିଆଯାଇଛି।

୨ରେ ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଆସନ୍ତା ୨ ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେରେ ଲଘୁଚାପ ସୃଷ୍ଟି ହେବ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ।  ଏହା ପ୍ରଭାବରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ରେ ୪ରୁ ୫ ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

୫ ବର୍ଷରେ ଦେଶର ଅଭିବୃଦ୍ଧି ହାର ସର୍ବନିମ୍ନ ସ୍ତରକୁ ଆସିବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ। ଟୁଇଟ କରି ପ୍ରିୟଙ୍କା ଗାନ୍ଧି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ‘‘ଅଚ୍ଛେ ଦିନର ଡିଣ୍ଡିମ ପିଟୁଥିବା ବିଜେପି ସରକାରର ଅସଲ ରୂପ ସାମ୍ନାକୁ ଆସିଛି। ତାହା ଜିଡିପି ହ୍ରାସରୁ  ସ୍ପଷ୍ଟ ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି।, ବେକାରର ସଂଖ୍ୟା ବଢ଼ିଛି। ଦେଶର ଅର୍ଥ ବ୍ୟବସ୍ଥା ନଷ୍ଟ କରିବା ପଛରେ କାହାର ହାତ ବିଜେପି ସ୍ପଷ୍ଟ କରୁ‘‘, କହିଛନ୍ତି ପ୍ରିୟଙ୍କା ଗାନ୍ଧୀ।

ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ କରିବା ଠିକ୍‌ ହୋଇନାହିଁ : ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ସୁରକ୍ଷା ନେଇ ପୁରୀରେ ଚାଲିଥିବା ଉଚ୍ଛେଦର ଧାରାକୁ କଡ଼ା ସମାଲୋଚନା କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ। ବଳ ଓ ଛଳ ପୂର୍ବକ କୌଣସି ଉଚ୍ଛେଦ କାମ ନ କରି ଶାନ୍ତି ଓ ଆପୋଷ ବାତାବରଣ ଭିତରେ ଏଭଳି କାର୍ଯ୍ୟ ହେବା ଉଚିତ ବୋଲି ସେ କହିଛନ୍ତି।

 

Comment