ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

 

ଆଜିଠୁ କଡ଼ା ନିୟମ – ହେଲମେଟ୍ ନପିନ୍ଧିଲେ ଗଣିବେ ୧ହଜାର, ମୋବଇଲ ଧରି ଗାଡ଼ି ଚଳାଇଲେ ୫ହଜାର ଫାଇନ୍

ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। ହେଲମେଟ୍‌ ନ ପିନ୍ଧି ଧରାପଡ଼ିଲେ ହଜାରେ, ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ହେବ। ଆଜିଠୁ ଲାଗୁ ହେଉଛି ନିୟମ।

ଦ୍ଵିତୀୟ ଦିନରେ ବୁମରାଙ୍କ ଘାତକ ବୋଲିଂ, ଓ୍ଵେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ

ଭାରତ-ଓ୍ଵେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚର ଦ୍ଵିତୀୟ ଦିନରେ ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଓ୍ଵେଷ୍ଟଇଣ୍ଡିଜ ଦଳ। ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଓ୍ଵେଷ୍ଟଇଣ୍ଡିଜ ୭ ଓ୍ଵିକେଟ ହରାଇ ୮୭ ରନ କରିଛି। ତେବେ ବୁମରା ଗୋଟିଏ ଦିନରେ ୬ ଓ୍ଵିକେଟ ହାସଲ କରି ଓ୍ଵେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି।

ଡ୍ୟାନ୍ସ ପାଇଁ ଦିନେ ହ୍ରିତିକଙ୍କୁ ମିଳିଥିଲା ୧୦୦ ଟଙ୍କା, ଆଜି ନେଉଛନ୍ତି କୋଟି କୋଟି

ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ କିଏ ବା ନଜାଣେ। ତାଙ୍କର ଦକ୍ଷ ଅଭିନୟ ଓ ଚମତ୍କାର ଡ୍ୟାନ୍ସ ପାଇଁ ସେ ବେଶ୍‌ ସୁଖ୍ୟାତି ଅର୍ଜନ କରିଛନ୍ତି। ଶିଶୁ କଳାକାର ଭାବେ ଅଭିନୟ ଦୁନିଆଁରେ ପାଦ ଦେଇଥିବା ହ୍ରିତିକ ଦର୍ଶକ ମହଲରେ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି।

ମୋବାଇଲ୍ ଫୋନ୍‌ର ୭ଟି କୁପ୍ରଭାବ : ହୋଇପାରେ କ୍ୟାନସର୍

ଅନେକଙ୍କର ଧାରଣା ଯେ ମୋବାଇଲ୍ ଫୋନ୍ ବ୍ୟବହାର କାରଣରୁ କ୍ୟାନସର୍ ହୋଇପାରେ, କିନ୍ତୁ କେବଳ କ୍ୟାନସର୍ ନୁହେଁ ସମ୍ଭବତଃ ମୋବାଇଲ୍ ଫୋନ୍‌ର ଅତିରିକ୍ତ ବ୍ୟବହାର କାରଣରୁ ଆମେ ନିଶାଗ୍ରସ୍ତ ହେବା ସଦୃଶ ଆମ ଅଜାଣତରେ ନିଜ ସ୍ୱାସ୍ଥ୍ୟର କ୍ଷତି କରିଥାଉ। ଏଠାରେ ମୋବାଇଲ୍ ଫୋନ୍ କାରଣରୁ ସମ୍ଭାବ୍ୟ ସ୍ୱାସ୍ଥ୍ୟ ପ୍ରତି ବିପଦର ଆଶଙ୍କାର କେତୋଟି ଉଦାହରଣ ଦିଆଯାଇଛି

ଦାମଙ୍କୁ ଦଳକୁ ପୁଣି ସ୍ୱାଗତ କରିବେ କି ନବୀନ?

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେପିରେ କେହି ପଚାରୁ ନାହାନ୍ତି। ଏକଥା ଆମେ କହୁନୁ, ନିଜେ ଦାମ ଏକଥା ଗତ ଦୁଇ ଦିନ ତଳେ ଗଣମାଧ୍ୟମକୁ କହିଥିଲେ। ଦାମଙ୍କ ମୁହଁରେ ଏଭଳି କଥା ଶୁଣିବା ପରେ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ହେଉଛି। ଦାମ ବିଜେଡି ଯିବା ପାଇଁ ମନ ବଳାଇଥିବା କୁହାଯାଉଛି। ହେଲେ ନବୀନ କ’ଣ ଦାମଙ୍କୁ ପୁଣି ସ୍ୱାଗତ କରିବେ କି?

ସେପ୍ଟେମ୍ବର ୩ରେ Lenovo ଭାରତରେ ଲଞ୍ଚ କରିବ ୩ଟି ସ୍ମାର୍ଟଫୋନ

କିଛି ଦିନ ଧରି ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଲେନୋଭୋ ପକ୍ଷରୁ ଭାରତରେ କୌଣସି ସ୍ମାର୍ଟଫୋନ ଲଞ୍ଚ କରାଯାଇନଥିଲା। ତେବେ ଖୁବଶୀଘ୍ର ‘ଲେନୋଭୋ’ କମ୍ପାନି ଭାରତରେ ଏକାବେଳକେ ଲଞ୍ଚ କରିବ ତିନି ତିନୋଟି ସ୍ମାର୍ଟଫୋନ।

ଜାଣନ୍ତୁ, ଟିମ୍‌ ଇଣ୍ଡିଆର ଚମତ୍କାର ଅଲରାଉଣ୍ଡରଙ୍କ ବିଷୟରେ

କ୍ରିକେଟରେ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ସହ ଅଲରାଉଣ୍ଡରଙ୍କ ମଧ୍ୟ ପ୍ରାଭାବି ଭୂମିକା ରହିଥାଏ। ବିପଦ ସମୟରେ ଦଳକୁ ଏକ ନୂଆ ମୋଡ଼ରେ ପହଞ୍ଚାଇବାର ଦକ୍ଷତା ଅଲରାଉଣ୍ଡରଙ୍କ ପାଖରେ ରହିଥାଏ। ଅନେକ ଦେଶର କ୍ରିକେଟ ଟିମ୍‌ରେ ଅଲରାଉଣ୍ଡର ରହିଛନ୍ତି। ସେହିପରି ଭାରତୀୟ କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ ଅନେକ ଅଲରାଉଣ୍ଡର ଆସିଛନ୍ତି ହେଲେ କିଛି ଖେଳାଳିଙ୍କୁ ଶ୍ରେଷ୍ଠ ଅଲରାଉଣ୍ଡ ଭାବେ ଗଣାଯାଏ।

Comment