ଓଡ଼ିଶାଲାଇଭ ବ୍ୟୁରୋ

ଜବରଦସ୍ତ ଚାନ୍ଦା ଆଦାୟ କରିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ୧୩ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ଵର, ଢେଙ୍କାନାଳ, ସୁନ୍ଦରଗଡ଼ ଓ ରାୟଗଡ଼ାରେ ୫ ମାମଲା ରୁଜୁ ହୋଇଛି। ଏହାସହ ପାର୍ବଣରେ ବେଆଇନ ଚାନ୍ଦା ଆଦାୟ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।

ପୂଜା ପାର୍ବଣ ବେଳେ ଯଦି କେହି ଜବରଦସ୍ତି ଚାନ୍ଦା ଆଦାୟ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିୟମ କଡ଼ାକଡ଼ି ହୋଇଥିଲେ। ତେବେ ଚଳିତ ଗଣେଶ ପୂଜାରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହୋଇଛି। ଯଦି କେହି ବ୍ୟକ୍ତି ବସ୍‌ ଅଟକାଇ ଚାନ୍ଦା ଆଦାୟ କରନ୍ତି ତେବେ ତାଙ୍କ ବିରୋଧରେ ଡକାୟତି ମାମଲା ରୁଜୁ କରାଯିବ ବୋଲି ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ।

ଆଇପିସି ଧାରା ୩୮୪/୩୮୬/୩୮୭/୩୯୪ ଏବଂ ଧାରା ୩୯୫ ଅନୁଯାୟୀ ଜୋରଜବରଦସ୍ତି ଚାନ୍ଦା ଆଦୟ କରିବା ଏକ ଦଣ୍ଡନୀୟ ଅପରାଧ।

Comment