ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଆଜି ନୂଆଁଖାଇ – ଇଷ୍ଟ ଦେବୀଙ୍କ ପାଖରେ ଲାଗି ହେଲା ନବାନ୍ନ

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏନେଇ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ଏଥିପାଇଁ ଆଜି ସମ୍ଵଲପୁରର ମା’ ସମଲେଶ୍ଵରୀଙ୍କ ପାଖରେ ୧୦ଟା ୧୫ ମିନିଟରେ ନବାନ୍ନ ଲାଗି ହୋଇଛି। ତେଣେ ନୂଆଁଖାଇ ପାଇଁ ଘରେ ଘରେ ପ୍ରସ୍ତୁତି ଶେଷ ହୋଇଛି। ଘରଠାରୁ ବାହାରେ ରହୁଥିବା ସଦସ୍ୟ ନୁଆଁଖାଇବା ପାଇଁ ଏକାଠି ହୋଇଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗିରର ସମଲେଇ ମନ୍ଦିର ଓ ପାଟଣାଗଡ଼ର ପାଟଣେଶ୍ଵରୀଙ୍କ ପାଖରେ ମଧ୍ୟ ନବାନ୍ନ ଲାଗି ହୋଇଛି।

ଆଜିଠାରୁ କଟକ ଇନ୍‌ଡୋରରେ ଜାତୀୟ ସବ୍‌ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା

ମଙ୍ଗଳବାର ସେପ୍ଟେମ୍ବର ୩ ତାରିଖଠାରୁ  ସିଲଭର ସିଟି କଟକରେ ଜାତୀୟ ସ୍ତରୀୟ ବାସ୍କେଟ ବଲ ମ୍ୟାଚ ଖେଳାଯିବ। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ୪୬ତମ ଜାତୀୟ ସବ୍‌ ଜୁନିୟର ବାସ୍କେଟ ବଲ ଚମ୍ପିଆନସିପରେ  ୨୬ଟି ରାଜ୍ୟର୧୦୦୦ ଖେଳାଳି ଅଂଶଗ୍ରହଣ କରିବେ।

ନୂଆ ଟ୍ରାଫିକ ନିୟମ ପରେ ହେଲମେଟ ଦୋକାନରେ ଭିଡ଼

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଗାଡ଼ି ଚାଳକମାନେ ସତର୍କ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ନୂତନ ଯାନ ବାହାନ ନିୟମରେ ଜରିମାନା ପରିମାଣ ଦଶଗୁଣା ବଢିଯିବା ଥିପାଇଁ ହେଲେମେଟ ଦୋକାନରେ ପ୍ରବଳ ଭିଡ ଲାଗୁଥିବା ଦେଖାଯାଉଛି।

ନୂଆଁଖାଇ ଜୁହାର

Comment