ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ତିହାର ଜେଲ ଗଲେ ପି ଚିଦାମ୍ବରମ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ବଡ଼ ଝଟକା ଲାଗିଛି। ଆସନ୍ତା ସେପ୍ଟେମ୍ବର ୧୯ ଯାଏଁ ତିହାର ଜେଲ୍‌ରେ ରହିବେ ଚିଦାମ୍ବରମ। ଗୁରୁବାର ଏନେଇ ଦିଲ୍ଲୀର ରଜ ଏଭନ୍ୟୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ବଡ଼ ଘୋଷଣା କରିଛନ୍ତି।

ପୁରୀ ମଠ ଉଚ୍ଛେଦ – ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ

ପୁରୀ ମଠ ଉଚ୍ଛେଦରେ ଲାଗିଲା ରାଜନୀତିର ରଙ୍ଗ। ସରକାରଙ୍କୁ ଘେରିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଗ ଥଇଥାନ, ପଛେ ଉଚ୍ଛେଦ ଦାବି କରିଥିବା ବେଳେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ସରକାରଙ୍କୁ କଳାପାହାଡ଼ କହି ଘେରିଛନ୍ତି।

ପୁରୀରେ ବିସ୍ଥାପିତ ପରିବାରଙ୍କ ପାଇଁ ନିର୍ମାଣ ହେବ ୬୦୦ ଘର

ପୁରୀରେ ୭୫ ମିଟର ଉଚ୍ଛେଦକୁ ଜୋରଦାର ବିରୋଧ ହେବା ପରେ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ବିସ୍ଥାପିତ ପରିବାରଙ୍କ ପାଇଁ ପୁରୀରେ ୬୦୦ ଘର ନିର୍ମାଣ ହେବ। ଏଥିପାଇଁ ୯୫ କୋଟି ଟଙ୍କା ଖର୍ଚ୍ଚ ହେବ। ଶ୍ରୀମନ୍ଦିରରୁ ଦେଢ଼ କିଲୋମିଟର ଭିତରେ ଏହି ଘର ନିର୍ମାଣ ହେବ। ପ୍ରତି ଘର ୫୨୦ ସ୍କୋୟାର ଫୁଟ ଭିତରେ ନିର୍ମାଣ ହେବ।

ସଙ୍ଗଠନ ସଜାଡ଼ିଲା ବିଜେପି, ଡିସେମ୍ବରରେ ରାଜ୍ୟ ସଭାପତି ନିର୍ବାଚନ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଓ ସଦସ୍ୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ଓ ସାଂସଦ ବିନୋଦ ସୋନକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ବିଜେପି ସାଙ୍ଗଠନିକ ନିର୍ବାଚନ ପରିଚାଳନା ଏବଂ ସଦସ୍ୟତା ସମୀକ୍ଷା ସଂର୍ପକରେ ଆଲୋଚନା କରାଯାଇଥିଲା।

ଜାଣନ୍ତୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ କିଏ ଓ କାହିଁକି କହିଲା ‘ପପୁ’?

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ‘ପପୁ’। ଏକଥା ଆଉ କେହି ନୁହେଁ ଇମ୍ରାନଙ୍କ ଦ୍ୱିତୀୟ ସ୍ତ୍ରୀ ରେହମ ଖାନ୍‌ କହିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଜାରୀ କରି ରେହମ ତାଙ୍କ ପୂର୍ବତନ ସ୍ୱାମୀ ଇମ୍ରାନଙ୍କୁ କଶ୍ମୀର ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି।

ମାରୁତି ସୁଜୁକିର ‘ନୋ ପ୍ରଡକ୍ସନ ଡେ’ – ଦୁଇ ଦିନ ବନ୍ଦ ରହିବ ଗୁରୁଗ୍ରାମ ଓ ମାନେସର ପ୍ଲାଣ୍ଟର ଉତ୍ପାଦନ

ମାରୁତି ସୁଜୁକି ଗତକାଲି ପୁଣି ତା’ର କାର୍ ଉତ୍ପାଦନ ଦୁଇଦିନ ପାଇଁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବାକୁ ଘୋଷଣା କରିଛି।  ଆସନ୍ତା ୭ ଓ ୯ ତାରିଖ ଦୁଇଦିନ ପାଇଁ ମାରୁତି କମ୍ପାନି ହରିୟାଣାର ଗୁରୁଗ୍ରାମ ଏବଂ ମାନେସରରେ ଥିବା ଉତ୍ପାଦନ ଉଦ୍ୟୋଗକୁ ବନ୍ଦ ରଖିବ। ତେବେ ଗୁଜୁରାଟରେ ଥିବା ଉଦ୍ୟୋଗରେ ଉତ୍ପାଦନ କାର୍ଯ୍ୟ ଚାଲୁ ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ବାରିପଦା : ଦିନ ଦିପହରରେ ଲୁଟି ନେଲେ ୫୦ ହଜାର ଟଙ୍କା

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଲୁଟେରାଙ୍କ ଦୋରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ମଧ୍ୟାହ୍ନରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ଆସିଛି। ଲୁଟ୍‌ର ଶୀକାର ହୋଇଥିବା ବ୍ୟକ୍ତିଜଣକ ହେଲେ ବାରିପଦା ସହରର ବନ୍ଧସାହି ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜଗଦୀଶ ମହାପାତ୍ର।

ଦିଲ୍ଲୀରୁ ଫେରିବେ ଜଗା କାଳିଆ

ଆସନ୍ତାକାଲି ଓଡ଼ିଶା ଫେରିବେ ଜଗା କାଳିଆ। ଦିଲ୍ଲୀ ଏମ୍ସରେ ଦୀର୍ଘ ଦୁଇବର୍ଷ ଧରି ଚିକିତ୍ସିତ ହେବାପରେ ଓଡ଼ିଶା ଫେରୁଛନ୍ତି ଦୁଇ ଭାଇ। ବର୍ତ୍ତମାନ ଜଗା କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଦିଲ୍ଲୀ ଏମ୍ସରୁ ଫେରିବା ପରେ ଜଗା କାଳିଆଙ୍କୁ କଟକ ଏସ୍‌ସିବି ମେଡିକାଲରେ ରଖାଯିବ।

ନୂଆ ଷ୍ଟାଇଲରେ ପୁଣି ‘ପୁଚୁକି ଗାଲି’: ଏଥର ବମ୍ବେ ଦିଲ୍ଲୀ ନୁହେଁ ‘ନୟାପଲ୍ଲୀ’

‘ପୁଚୁକି ଗାଲି, ଫେସନ ବାଲି ଚାଲି ତୋ ବମ୍ବେ ଦିଲ୍ଲୀ…’ ଓଲିଉଡର ଲୋକପ୍ରିୟ ଗୀତମାନଙ୍କ ମଧ୍ୟରୁ ଗୋଟିଏ। ଆଜି ବି ଅନେକ ଏହି ଗୀତକୁ ଗୁଣୁ ଗୁଣୁ ହୋଇଥାନ୍ତି। ୧୯୯୫ରେ ରିଲିଜ ହୋଇଥିବା ଫିଲ୍ମ ‘ସୁନା ପଞ୍ଜୁରୀ’ର ଏହି ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ବିଦ୍ୟୁତ ଚୋରି ନେଇ ସୂଚନା ଦେଲେ ମିଳିବ ପୁରସ୍କାର

ବିଦ୍ୟୁତ ଚୋରି ରୋକିବାକୁ ଅଣ୍ଟା ଭିଡ଼ିଲା ସେସୁ। ଏଣିକି ବିଦ୍ୟୁତ ଚୋରି ସଂକ୍ରାନ୍ତରେ ସୂଚନା ଦେଲେ ଖବରଦାତାଙ୍କୁ ସେସୁ କର୍ତ୍ତୃପକ୍ଷ ତରଫରୁ ନାମ ଗୋପନ ରଖି ପୁରସ୍କାର ଦିଆଯିବ। ଏପରିକି ଜରିମାନା ଆଦାୟର ୧୦ ପ୍ରତିଶତ ଅର୍ଥ ଖବରଦାତାଙ୍କୁ ଦିଆଯିବ। ଏନେଇ ଆଜି ଏକ ବୈଠକରେ ସୂଚନା ଦେଇଛନ୍ତି ସେସୁର ସିଇଓ ଅରୁଣ ବୋଥ୍ରା।

ପୁରୀରେ ମଠ ମହନ୍ତଙ୍କୁ ଭେଟିଲେ ସମ୍ବିତ ପାତ୍ର – କହିଲେ, ‘‘ଆଗ ଥଇଥାନ, ପରେ ଉଚ୍ଛେଦ’’

ଦିନ ଯେତିକି ଗଡୁଛି, ପୁରୀରେ ମଠ ଉଚ୍ଛେଦକୁ ନେଇ ରାଜନୀତି ସେତିକି ବଢୁଛି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଠ ଉଚ୍ଛେଦକୁ ନେଇ ମୁହଁ ଖୋଲିବା ପରେ ଆଜି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ବଡ଼ ଆଖଡ଼ା ମଠ ଯାଇ ମହନ୍ତଙ୍କୁ ଭେଟିଛନ୍ତି।

ବାରିପଦା : ଦିନ ଦିପହରରେ ଲୁଟି ନେଲେ ୫୦ ହଜାର ଟଙ୍କା

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଲୁଟେରାଙ୍କ ଦୋରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ମଧ୍ୟାହ୍ନରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ଆସିଛି।

୧୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ମଧ୍ୟ ଉପକୂଳ ଓଡ଼ିଶାରେ ଲଘୁଚାପ ସୃଷ୍ଟି ହୋଇ ଦୁଇ ଦିନ ଧରି ସ୍ଥିର ରହିବା ଫଳରେ ଗୁରୁବାର ରାତିରୁ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବିଲୀନ ହୋଇଯିବ ବଡ଼ ଆଖଡ଼ା ମଠ

ଲଙ୍ଗୁଳି, ମଙ୍ଗୁ ଏବଂ ରଘୁନନ୍ଦନ ପାଠାଗାର ଉଚ୍ଛେଦ ସୁରୁଖୁରୁରେ ହେବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ବେଳେ ପ୍ରସାଶନକୁ ନାକେଦମ୍‌ ହେବାକୁ ପଡ଼ିଛି। ଦୀର୍ଘ ୫୦୦ ବର୍ଷର ଐତିହ୍ୟ ଏହି ମଠକୁ ପ୍ରଶାସନ ଭାଙ୍ଗିବା ବେଳେ ନାକେଦମ୍‌ ହେବାକୁ ପଡ଼ିଥିଲା।

ଅଶ୍ଵିନୀଙ୍କୁ ଛାଡ଼ିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ) ଦଳ କିଙ୍ଗ୍ସ ଇଲେଭେନ ପଞ୍ଜାବର ପୂର୍ବତନ କ୍ୟାପଟେନ ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ରିଲିଜ କରିଛି ଦଳ। ୨୦୨୦ ଆଇପିଏଲରେ ଅଶ୍ଵିନୀ ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛି।

ରେଭେନ୍ସା ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ

କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅନ୍ନପୂର୍ଣ୍ଣା ଚୌଧୁରୀ ନାମକ ଜଣେ ଛାତ୍ରୀ ଉପରେ ଟ୍ରକ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ନପୂର୍ଣ୍ଣା ରେଭେନ୍ସା ବିଶ୍ଵବିଦ୍ୟାଳୟର ଯୁକ୍ତ ତିନିର ତୃତୀୟ ବର୍ଷର ଛାତ୍ରୀ। ତାଙ୍କ ଘର ଚୌଦ୍ଵାର ଅଞ୍ଚଳରେ।

ସୀମାରେ ୨ ହଜାର ସୈନ୍ୟ ମୁତୟନ କଲା ପାକିସ୍ତାନ, ହାଇ ଆଲର୍ଟରେ ଭାରତୀୟ ସେନା  

କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବୟାନ ବାଜି ଚାଲିଛି। ଏହାରି ମଧ୍ୟରେ ପାକିସ୍ତାନ ଲାଇନ ଅଫ୍ କଣ୍ଟ୍ରୋଲ(ଏଲଓସି)ରେ ବୁଧବାର ୨ହଜାରରୁ ଅଧିକ ସୈନ୍ୟ ମୁତୟନ କରିଥିବା ଜଣାପଡ଼ିଛି। ପିଓକେର ପୁଞ୍ଛ୍ ଅଞ୍ଚଳର ବାଗ୍‌ ଓ କୋଟଲୀ ସେକ୍ଟରରେ ଏହି ସୈନ୍ୟ ବାହିନୀ ମୁତୟନ ହୋଇଛନ୍ତି।

ବିଶ୍ୱ ଅର୍ଥନୀତି ଅଭିବୃଦ୍ଧିରେ ଚୀନ ପ୍ରଥମ – ଭାରତକୁ ଟପିଲା ଫିଲିପାଇନ୍ସ ଓ ଇଣ୍ଡୋନେସିଆ

ଦିନ ଥିଲା ଭାରତ ତା’ର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସାରା ବିଶ୍ୱରେ ଚର୍ଚ୍ଚାରେ ଥିଲା। ବିଶ୍ୱର ସବୁଠାରୁ ସୁଦୃଢ଼ ଅର୍ଥବ୍ୟବସ୍ଥାର ଉପାଧି ଧାରଣ କରିଥିବା ଭାରତ ବର୍ତ୍ତମାନ ମାନ୍ଦାବସ୍ଥାର କାୟା ମଧ୍ୟରେ ଗତି କରୁଥିବା ବିଷୟ ଆଉ କାହାରିକୁ ଅଛପା ନାହିଁ। କ୍ରମାଗତ ଭାବରେ ଭାରତୀୟ ଅର୍ଥନୀତି ଦୁର୍ବଳ ହେବାରେ ଲାଗିଛି।

ଟ୍ରାଫିକ ନିୟମ ଭାଙ୍ଗିଲା ବିଏମସି ଗାଡ଼ି, ଗଣିଲା ୧୫ ହଜାର ଫାଇନ

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏବେ ଆକ୍ସନ ମୋଡ଼ରେ ଆରଟିଓ ଓ ଟ୍ରାଫିକ ପୋଲିସ। ତେବେ ଏହି ନିୟମରୁ ବାଦ ପଡ଼ିନାହିଁ ସରକାରୀ ଗାଡ଼ି। ଦୁଇଟି ନିୟମ ଉଲ୍ଲଘଂନ କରିବାରୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ଵାର୍ଡଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

Comment