ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଧର୍ମଶାଳାରେ ଖେଳାଯିବ। ତେବେ ଏହି ମ୍ୟାଚରେ ଭାରତୀୟ ଓପନର ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପୂର୍ବରୁ ରୋହିତ ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଦମଦାର ପ୍ରଦର୍ସନ କରିଥିଲେ।

୨୦୧୫ ଅକ୍ଟୋବର ୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଶେଷ ଟି-୨୦ ମ୍ୟାଚ ଖେଳ ହୋଇଥିଲା। ଏହି ମ୍ୟାଚରେ ରୋହିତ ଧୁଆଁଧାର ପାଳି ଖେଳିଥିଲେ। ମ୍ୟାଚରେ ଭାରତ ପରାଜୟ ହୋଇଥିଲେ ମଧ୍ୟ ରୋହିତ ଶତକ ହାସଲ କରିଥିଲେ

ସେ ୬୬ ବଲରୁ ୧୦୬ ରନ ହାସଲ କରିଥିଲେ। ଯେଉଁଥିରେ ୫ ଛକା ଓ ୧୨ ଚୌକା ସାମିଲ ଥିଲା। ସେ ୩୯ ବଲରୁ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ଆଉ ୨୭ ବଲ ଖେଳି ଶତକ ହାସଲ କରିଥିଲେ।

ତେବେ ଆଜିର ମ୍ୟାଚ ସେହି ଗ୍ରାଉଣ୍ଡରେ ହେଉଥିବାରୁ ସମସ୍ତଙ୍କ ନଜର ରୋହିତଙ୍କ ଉପରେ ରହିଛି। ତାଙ୍କ ବ୍ୟାଟରୁ ଏକ ଧୁଆଁଧାର ଇଂନିସ ଅପେକ୍ଷାରେ ରହିଛନ୍ତି ଫ୍ୟାନ

Comment