ଓଡ଼ିଶାଲାଇଭ ବ୍ୟୁରୋ

ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏଥିରେ ବାମଦଳ ଛାତ୍ର ସଂଗଠନ ସମର୍ଥିତ ଏସଏଫଆଇ ଦଳ ନିଜ ଦବଦବା ରଖିଛି। ୪ଟି ପଦରେ ଦଳର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ବିଜୟ ପରେ ଏସଏଫଆଇ କ୍ୟାମ୍ପସରେ ବିଜୟ ଉତ୍ସବ ପାଳନ କରିଛି।

ଏସଏଫଆଇ ଦଳ ପକ୍ଷରୁ ଆଇଶି ଘୋଷ ସଭାପତି, ସୋକେତ ମୁନ ଉପସଭାପତି, ସତିଶ ଚନ୍ଦ୍ର ଯାଦବ ମହାସଚିବ ଓ ମହମ୍ମଦ ଦାନିଶ ସଂଯୁକ୍ତ ସମ୍ପାଦକ ପଦରେ ବିଜୟୀ ହୋଇଛନ୍ତି।

ଆଇଶି ଘୋଷ ୨ହଜାର ୩୧୩, ସୋକେତ ମୁନ ୩ ହଜାର ୩୬୫, ସତିଶ ଚନ୍ଦ୍ର ଯାଦବ ୨ହଜାର ୫୧୮ ଓ ମହମ୍ମଦ ଦନିଶ ୩ ହଜାର ୨୯୫ ଭୋଟ ପାଇ ବିଜୟ ହାସଲ କରିଥିଲେ।

ନିର୍ବାଚନରେ ଲିଙ୍ଗଡୋ କମିଶନ ନିୟମ ଉଲଘଂନ ହୋଇଥିବା ଦର୍ଶାଇ ହାଇକୋର୍ଟରେ ଅଭିଯୋଗ ହୋଇଥିଲା। ଏନେଇ ଫଳାଫଳ ଘୋଷଣା ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ଫଳାଫଳ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେପ୍ଟେମ୍ଵର ୬ତାରିଖରେ ଜେଏନୟୁ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ହୋଇଥିଲା।

Comment